32.1 C
Bhubaneswar
Thursday, October 31, 2024
Homeଓଡିଶାଅନଲାଇନ ସପିଂ ପୂର୍ବରୁ ସତର୍କ ହୁଅନ୍ତୁ

ଅନଲାଇନ ସପିଂ ପୂର୍ବରୁ ସତର୍କ ହୁଅନ୍ତୁ

ଭୁବନେଶ୍ୱର : ହଠାତ ନିଷ୍ପତ୍ତି ସବୁ ଦୃଷ୍ଟିରୁ ହାନିକାରକ । ଏହା ଅନଲାଇନ ସପିଂ ପାଇଁ ମଧ୍ୟ ପ୍ରଯୁଜ୍ୟ । ସାମାନ୍ୟ ଅସାବଧାନତା ଆମ ବ୍ୟାଙ୍କରୁ ଟଙ୍କା ଉଡ଼େଇ ନେବ । କାରଣ ଆଜିକାଲି ଆଙ୍ଗୁଠି ଟିପରେ ସବୁକିଛି ସମ୍ଭବ ହେଉଥିବାରୁ ଠକେଇ ହେବାର ଆଶଙ୍କା ରହିଥାଏ। ଏଭଳି ପରିସ୍ଥିତିରେ କେଉଁ ସତର୍କତା ଅବଲମ୍ବନ କରାଯିବା ଉଚିତ ସେ ନେଇ ବ୍ୟାଙ୍କ ବାଜାର ଡଟ୍ କମ୍ କିଛି ପରାମର୍ଶ ଦେଇଛି । ପର୍ବ ଏବଂ ଅନ୍ୟାନ୍ୟ ପ୍ରମୁଖ ଉତ୍ସବରେ ବିଭିନ୍ନ ସପିଂ ପ୍ଲାଟଫର୍ମ ଅଫର ଆଣନ୍ତି ।

ଏଥିଲାଗି ଆପଣଙ୍କୁ ଇମେଲ ଏବଂ ମୋବାଇଲକୁ ମେସେଜ ଆସେ । ଉଦାହରଣ ସ୍ବରୂପ ଜଣେ ବ୍ୟକ୍ତିଙ୍କ ନିକଟକୁ ଏକ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମର ସ୍ପେଶାଲ ଡିସକାଉଣ୍ଟ ଇମେଲ୍‌ ଆସିଥାଏ । ମେସେଜରେ ଏପରି କୁହାଯାଇଥିବ ଯେ ଏହି ଅଫର କେବଳ ୨ ଘଣ୍ଟା ପାଇଁ ଉପଲବ୍ଧ ଏବଂ ‘ଆଇଟମ୍ ସୀମିତ’ । ଲୋକଟି ଏହା ଏକ ଭଲ ସୁଯୋଗ ବୋଲି ସଙ୍ଗେ ସଙ୍ଗେ ଜିନିଷଟିକୁ କିଣିବାକୁ ଉଦ୍ୟମ କରେ । ଏଥିରେ ଉଲ୍ଲେଖ କରାଯାଇଥିବ ଲିଙ୍କ୍ ଖୋଲି ତାଙ୍କ କ୍ରେଡିଟ୍ କାର୍ଡର ବିବରଣୀ ଦିଅନ୍ତୁ । ଆଉ ଯେତେବେଳେ କାର୍ଡରୁ ଟଙ୍କା ଚାଲିଯାଏ ସେତେବେଳେ ବ୍ୟକ୍ତି ଜଣକ ଅନୁଭବ କରନ୍ତି ଯେ ସେ ଠକେଇର ଶିକାର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking