32.1 C
Bhubaneswar
Thursday, October 31, 2024
Homeଦେଶ ବିଦେଶ୫ ମାସରେ ୧୯ ଜଣ ଏଚ.ଆଇ.ଭି ଏଡ୍‌ସ ସଂକ୍ରମଣ ଚିହ୍ନଟ

୫ ମାସରେ ୧୯ ଜଣ ଏଚ.ଆଇ.ଭି ଏଡ୍‌ସ ସଂକ୍ରମଣ ଚିହ୍ନଟ

ଡେରାଡୁନ: ୫ ମାସରେ ୧୯ ଜଣ ଏଚ.ଆଇ.ଭି ଏଡ୍‌ସ ସଂକ୍ରମଣ ଚିହ୍ନଟ । ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାରୁ ସମସ୍ତଙ୍କୁ ଏଚ.ଆଇ.ଭି ହୋଇଛି। ସେପଟ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିପାରେ, କାରଣ ନାବାଳିକଙ୍କ ସହ ଏହୁରି ଅନେକ ଲୋକ ସଂସ୍ପର୍ଶରେ ଥିଲେ । ନାବାଳିକା ସହ ସମ୍ପର୍କରେ ଆସିଥିବା ଅନ୍ୟ ଲୋକମାନେ ମଧ୍ୟ ଏଚ୍.ଆଇ.ଭି ସଂକ୍ରମିତ ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି ।

ସୂଚନା ଅନୁସାରେ, ଉତ୍ତରାଖଣ୍ଡର ନୈନତାଲ ଜିଲ୍ଲା ରାମନଗର ଅଞ୍ଚଳରେ ଗତ ୪ ବର୍ଷ ମଧ୍ୟରେ ୭୫ଟି ଏଚ.ଆଇ.ଭି ପଜିଟିଭ ମାମଲା ଚିହ୍ନଟ ହୋଇଛି, କିନ୍ତୁ ଚଳିତ ବର୍ଷ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ ମାସ ମଧ୍ୟରେ ୧୯ଟି ଏଚ୍‌.ଆଇ.ଭି ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ଅନୁସନ୍ଧାନରୁ ଜଣାପଡିଛି ଯେ, ଅଧିକାଂଶ ଏଚ.ଆଇ.ଭି ପଜିଟିଭ୍ ଯୁବକ ଅଛନ୍ତି । କୁହାଯାଉଛି ଯେ, ଏଚ୍‌.ଆଇ.ଭି ପଜିଟିଭ୍ ଯୁବକମାନେ ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଏଡ୍‌ସ ସଂକ୍ରମିତ ହୋଇଛନ୍ତି । ହାଯାଉଛି ଯେ, ନାବାଳିକା ଜଣଙ୍କ ନିଶା ସେବନ କରିବାରେ ଅଭ୍ୟସ୍ତ ଥିଲେ ।

ଯୁବକମାନେ ନାବାଳିକା ଜଣଙ୍କୁ ନିଶା ଦେବାର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବକମାନେ ନାବାଳିକ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ପରେ ଏନେଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନେ ଏଚ.ଆଇ.ଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ତେବେ ସଂକ୍ରମିତ ହୋଇଥିବା ଯୁବକମାନଙ୍କୁ କାଉନସେଲିଂବେଳେ ଜଣାପଡ଼ିଥିଲା ଯେ, ଅଧିକାଂଶ ଯୁବକ ସମାନ ନାବାଳିକା ସହ ସମ୍ପର୍କ ରଖିଥିଲେ । ଯାହା ଫଳରେ ସେମାନେ ଏଚ୍.ଆଇ.ଭି ସଂକ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking