ବ୍ୟୁରୋ : ସୁନ୍ଦରଗଡ ଗୋଷ୍ଠୀ ସଂଘର୍ଷରୁ ଗଣହତ୍ୟା ମାମଲାରେ ୧୨ଜଣ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଟକଙ୍କ ମଧ୍ୟରେ ମହିଳାମାନେ ଅନ୍ତର୍ଭୁକ୍ତ ଅଛନ୍ତି । ସମସ୍ତଙ୍କୁ ଅନୁଗୁଳରୁ ଉଠାଇ ଆଣିଛି ପୋଲିସ । ହତ୍ୟାକାଣ୍ଡସହ ସେମାନଙ୍କ ସମ୍ପର୍କ ଅଛିକି ନାହିଁ ସେନେଇ ପୋଲିସ ଜେରା କରୁଛି । ଅକ୍ଟୋବର ୨୯ ରାତିରେ ସୁନ୍ଦରଗଡ ସଦରଥାନା କରମଡିହି ପଞ୍ଚାୟତ ପଡିଆରେ ଶୋଇଥିବା ବେଳେ ମହାରଷ୍ଟ୍ରର ଯାଯାବର ଗୋଷ୍ଠୀ ଉପରେ ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ ତାମିଲନାଡୁର ଯାଯାବର ଗୋଷ୍ଠୀ । ଏଥିରେ ୩ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୋଷ୍ଠୀ ମଧଧରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ମଙ୍ଗଳବାର ରାତିରେ ତାମିଲନାଡୁ ଗୋଷ୍ଠୀର ଲୋକ ଆକ୍ରମଣ କରିଥିଲେ । ମହାରାଷ୍ଟ୍ର ଯାଯାବର ଗୋଷ୍ଠୀର ୫ ଜଣଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଛନ୍ତି ତାମିଲନାଡୁର ଯାଯାବର ଗୋଷ୍ଠୀ । ପୋଲିସ ସେମାନଙ୍କୁ ଖୋଜୁଥିବା ବେଳେ ୧୨ ଜଣଙ୍କୁ ଅଟକ ରଖି ଜେରା କରୁଛି ।
https://www.youtube.com/watch?v=qOgQlV1jThA