26.1 C
Bhubaneswar
Wednesday, October 30, 2024
Homeଦେଶ ବିଦେଶସୀମାରୁ ସେନା ପ୍ରତ୍ୟାହାର ଶେଷ କଲେ ଭାରତ-ଚାଇନା

ସୀମାରୁ ସେନା ପ୍ରତ୍ୟାହାର ଶେଷ କଲେ ଭାରତ-ଚାଇନା

ନୂଆଦିଲ୍ଲୀ: ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସଂପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିଛନ୍ତି ଭାରତ-ଚାଇନା । ସୀମାରୁ ସେନା ପ୍ରତ୍ୟାହାର ସହ ଉଭୟ ଦେଶ ନିର୍ମାଣ କରିଥିବା ଭିତ୍ତିଭୂମିକୁ ମଧ୍ୟ ହଟାଇ ଦେଇଛନ୍ତି । ୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ଏହି ଦୁଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ୪ ବର୍ଷ ପରେ ଏଠାରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଆଜି ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତାକାଲି ଦୁଇ ଦେଶର ସେନା ପରସ୍ପରକୁ ମିଠା ଦେବେ । ଆସନ୍ତାକାଲି ଦୀପାବଳି ଥିବାରୁ ଗୋଟିଏ ସକାରାତ୍ମକ ସମ୍ପର୍କ ଆରମ୍ଭ ପାଇଁ ମିଠାର ଆଦାନ ପ୍ରଦାନ ହେବ ବୋଲି ଜଣାପଡ଼ିଛି ।

ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ଦୁଇ ଅଞ୍ଚଳରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କରିବା ସହ ଟେଣ୍ଟ ଗୁଡ଼ିକ ହଟାଇ ଦେଇଛନ୍ତି । ଏଥିସହ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଏବେ ସମ୍ଭାବ୍ୟ ରୁଟିନ ପାଟ୍ରୋଲିଂ ଆରମ୍ଭ ହେବ । ଏଥିପାଇଁ ଦୁଇ ଦେଶ ରାଜି ମଧ୍ୟ ରହିଛନ୍ତି । ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଥିବାରୁ ସ୍ଥାନୀୟ କମାଣ୍ଡର୍ସ, ବ୍ରିଗେଡିୟର୍ସ ଓ ଅନ୍ୟ ପାହ୍ୟାର ଅଧିକାରୀମାନେ ପରସ୍ପର ସହ ଆଲୋଚନା କରିବେ । ସୀମାନ୍ତର ଏହି ସମ୍ବେଦନଶୀଳ ଅଞ୍ଚଳରେ ସ୍ଥିରତା ବଜାୟୀ ରଖିବାକୁ ଦୁଇ ଦେଶ କାର୍ଯ୍ୟ କରିବେ ବୋଲି ଏହି ସୂତ୍ରରେ କୁହାଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ ଭାରତ ଓ ଚାଇନାର ସ୍ଥାନୀୟ ସାମରିକ କମାଣ୍ଡର୍ସ ଆଜି ଦେପସାଙ୍ଗ ଓ ଡେମଚୋକ ନିକଟସ୍ଥ ଏଲଏସିରେ ପରସ୍ପରକୁ ଭେଟିଥିଲେ । ସେମାନେ ପରସ୍ପର ସହ କଥା ହୋଇ ଡିସଏନଗେଜମେଣ୍ଟ ପ୍ରକ୍ରିୟାକୁ ଶେଷ କରିଛନ୍ତି । ଏରିଆଲ ଯାଞ୍ଚ ଦ୍ୱାରା ବିବାଦୀୟ ଅଞ୍ଚଳରୁ ଡିସଏନଗେଜମେଣ୍ଟ ଶେଷ ହୋଇଛି କି ନାହିଁ, ତା’କୁ ମଧ୍ୟ ନିଶ୍ଚିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking