କଟକ: ସିଏମସିର ୨୫ତମ କାଉନସିଲ ବୈଠକରେ ଜୋରଦାର ହଟ୍ଟଗୋଳ । ମଧ୍ୟାହ୍ନ ଯାଏଁ ଆରମ୍ଭ ହୋଇପାରିଲାନାହିଁ ବୈଠକ । ଅଫିସରଙ୍କ ଅନୁପସ୍ଥିତ ହେତୁ ଅଧାରେ ରହିଲା ବୈଠକ । ଯାହା ପାଇଁ ବୈଠକରେ ପ୍ରବଳ ହୋହଲ୍ଲା ହୋଇଥିଲା । ସରକାରୀ ଅଧିକାରୀମାନଙ୍କ ଅନୁପସ୍ଥିତି ନେଇ ହଟ୍ଟଗୋଳ କରିଛନ୍ତି ସବୁ କର୍ପୋରେଟର । କାହିଁକି ଅନୁପସ୍ଥିତ ରହିଛନ୍ତି ସରକାରୀ ଅଧିକାରୀ ପ୍ରଶ୍ନ ନେଇ ମେୟରଙ୍କୁ ଘେରିଛନ୍ତି କର୍ପୋରେଟର ।
ସିଏମସି ୱାର୍କସ କମିଟି ମୁଖ୍ୟ ପ୍ରଦୀପ୍ତ କିଶୋର ଖୁଣ୍ଟିଆଙ୍କ କହିଛନ୍ତି, “ସିଏମସିରେ ଯେଉଁ ଅଫିସରମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି ତାହା କେବେ ବରଦାସ୍ତ କରାଯିବ ନାହିଁ । ସେମାନେ ମଧ୍ୟ ମହାନଗର ନିଗମର ଗୋଟିଏ ଅଂଶ । ଯଦି କାଉନସିଲ ବୈଠକ ହେବ, ତେବେ କର୍ପୋରେଟରଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ବିଭାଗୀୟ ଅଧିକାରୀ ରହିବା ଆବଶ୍ୟକ ।
କିନ୍ତୁ ଗତ କାଉନସିଲରେ ପାଟି ତୁଣ୍ଡ ସମୟରେ କାଚ ବାଜି କର୍ପୋରେଟର ଆହତ ହେବା ଘଟଣାରେ ସିଏମସି ମେୟର ଓ କମିଶନରଙ୍କୁ ଚିଠି ଲେଖି ସୁରକ୍ଷା ପାଇଁ ବୈଠକରେ ଯୋଗ ନଦେବା ପାଇଁ କହିଥଲେ ସମସ୍ତ ଅଫିସର । ଏପରିକି ଆଜି ହାଇକୋର୍ଟରେ ସିଏମସି ସମ୍ପର୍କିତ ଶୁଣାଣି ଚାଲିଥିବା ସମୟରେ ୨ ଜଣ ଅଫିସର ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଅନ୍ୟ ଅଫିସର କ’ଣ ପାଇଁ ସିଏମସିକୁ ଆସିନାହାନ୍ତି । ଅଫିସରଙ୍କ ଔଧତ୍ୟାମି ବଢିଯାଇଛି । ସେମାନଙ୍କ ଦୟାରେ ଚାଲୁନି ସିଏମସି । ସରକାର ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଇଛା ନହେଲେ କଟକ ଛାଡି ଦିଅନ୍ତୁ ଅଫିସର