କଟକ: ଏକ ବଡ ଧରଣର ସାଇବର ଫ୍ରଡ଼ ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା । ହ୍ୱାଟ୍ସଆପ ଗ୍ରୁପ ଜରିଆରେ ବିଶ୍ୱାସ ଜମାଇବା ପରେ ଠକେଇ । ଠକେଇର ଶିକାର ବ୍ୟକ୍ତି ଅଂଶଧନ ପାଇଁ ୬ . ୨୮ କୋଟି ନେଇଥିଲେ । ନିବେଶ ମୂଲ୍ୟ ୨୮ କୋଟି ବୃଦ୍ଧି ସୂଚନା ପରେ ଉଠେଇବାକୁ ଚାହିଁଥିଲେ । ସେତେବେଳେ ତାଙ୍କୁ ହ୍ୱାଟ୍ସଆପ ଗ୍ରୁପ ଆଡମିଟ ବାଦ ଦେଇଥିଲେ । ଏହାପରେ କଟକ ସାଇବର ଥାନା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ତଦନ୍ତରୁ ୧୦୦ ରୁ ଅଧିକ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡିଛି । ତାମିଲନାଡୁ , ଗୁଜୁରାଟ , ରାଜସ୍ତାନ ଭଳି ରାଜ୍ୟରୁ ୨୪ ଜଣଙ୍କୁ ଧରାଯାଇଥିବା ପୋଲିସ କହିଛି ।