14.1 C
Bhubaneswar
Friday, December 19, 2025
Homeଓଡିଶାମିନତୀ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମିନତୀ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ସୋ- କଜ୍ ନୋଟିସ୍ ଜାରି କରାଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଏହି ନୋଟିସ୍ ଜାରି କରାଯାଇଛି। କମିଶନ ଥିବାବେଳେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିବା ଉକ୍ତ ନୋଟିସ୍‌ରେ ଉଲ୍ଲେଖ ରହିଛି। ଏପରିକି ମାମଲା ଫଇସଲା ଓ କ୍ୟାମ୍ପକୋର୍ଟ ଆୟୋଜନ ମଧ୍ୟ ସନ୍ତୋଷଜନକ ନଥିଲା। ଏନେଇ କାହିଁକି ଆପଣଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନହେବ, ଉତ୍ତର ଦିଅନ୍ତୁ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ ରହିଛି। ତେବେ ଆସନ୍ତାକାଲି ଅପରାହ୍ଣ ୪ଟା ଭିତରେ ନୋଟିସ୍‌ର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଯେ ଗତ ୨୩ ତାରିଖ ଦିନ ରାଜ୍ୟର ମୋହନ ମାଝୀ ସରକାର ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରିଥିଲେ। ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଥିଲା।

ମିନତୀ ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସମସ୍ତେ ବିଜେଡିର ସକ୍ରିୟ ଆଗଧାଡ଼ିର ନେତ୍ରୀ। ବିଜେଡି ସରକାରରେ ସେମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା। ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା। ତେବେ ରାଜ୍ୟରେ ଜୁନ୍ ମାସରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସମସ୍ତ ନିଗମ, ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ପଦବୀରେ ଥଇଥାନ ହୋଇଥିବା ବିଜେଡି ନେତାମାନଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦେଇଥିଲେ । କିନ୍ତୁ ରାଜ୍ୟ ମହିଳା ଆୟୋଗ ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ବିଜେଡି ନେତ୍ରୀମାନଙ୍କୁ ହଟାଯାଇନଥିଲା। ସେମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking