19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଚୀନ୍ ବିରୋଧରେ ନିଜକୁ ଶକ୍ତିଶାଳୀ କରୁଛି ତାଇୱାନ୍‌

ଚୀନ୍ ବିରୋଧରେ ନିଜକୁ ଶକ୍ତିଶାଳୀ କରୁଛି ତାଇୱାନ୍‌

ତାଇପେଇ: ତାଇୱାନକୁ ୨ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରୟ ସହିତ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ (ନାସାମସ୍ ପ୍ରତିରକ୍ଷା ପ୍ରଣାଳୀ) ଯୋଗାଣକୁ ଆମେରିକା ଅନୁମୋଦନ କରିଛି। ଚୀନ୍ ପକ୍ଷରୁ ତାଇୱାନ୍ ପ୍ରତି ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଆମେରିକା ଏପ୍ରକାର ଏକ ପ୍ରତିରକ୍ଷା ଚୁକ୍ତିରେ ସହମତ ହୋଇଛି। ସୁତରାଂ ଆମେରିକାର ଏହି ପଦକ୍ଷେପକୁ ନେଇ ଚୀନ୍ ଅସନ୍ତୁଷ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଛି। ପ୍ରକାଶ, ନାସାମସ୍ ପ୍ରତିରକ୍ଷା ପ୍ରଣାଳୀର ସମ୍ପୂର୍ଣ୍ଣ ନାମ ହେଉଛି ନ୍ୟାସନାଲ୍ ଆଡଭାନ୍ସଡ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମ୍‌। ଏହା ପ୍ରତିରକ୍ଷା ପ୍ରଣାଳୀ ୟୁକ୍ରେନରେ ରୁଷ୍ ବିରୁଦ୍ଧରେ ଜବରଦସ୍ତ ସାମର୍ଥ୍ୟ ପ୍ରଦର୍ଶନ କରିବା ପୂର୍ବକ ରୁଷ୍‌ର ଅନେକ ମିସାଇଲଗୁଡ଼ିକୁ ପ୍ରତିହତ କରିପାରିଛି। ୟୁକ୍ରେନ୍‌କୁ ମଧ୍ୟ ଆମେରିକା ହିଁ ଏହି ପ୍ରତିରକ୍ଷା ପ୍ରଣାଳୀ ଯୋଗାଇଛି।

ବାରମ୍ବାର ଚୀନ୍ ପକ୍ଷରୁ ଧମକ ଏବଂ ଭୟ ସୃଷ୍ଟି ମଧ୍ୟରେ ରାଷ୍ଟ୍ରପତି ଲାଇ ଚିଙ୍ଗ-ତେଙ୍ଗଙ୍କ ନେତୃତ୍ୱରେ ତାଇୱାନ ସରକାର ଏବେ ନିଜ ପ୍ରତିରକ୍ଷା ଶକ୍ତି ବଢ଼ାଇବା ଦିଗରେ ଜୋର ଦେଉଛନ୍ତି। ସୂଚନାଯୋଗ୍ୟ ତାଇୱାନ ନିଜର ଅଂଶବିଶେଷ ବୋଲି ଚୀନ୍ ଦାବି କରୁଛି। ତେବେ ଲାଇ ଚିଙ୍ଗ୍‌-ତେଙ୍ଗ ଗତ ମେ’ ମାସରେ ତାଇୱାନ୍‌ର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଚୀନ୍‌ର ପ୍ରତ୍ୟେକ ଧମକର ଦୃଢ଼ ଜବାବ ଦେବା ଆରମ୍ଭ କରିଥିଲା ତାଇୱାନ୍‌। ଏହାପରେ ଚୀନ୍ ତାଇୱାନ୍ ଆକାଶ ପରିସୀମାରେ ଯୁଦ୍ଧ ବିମାନ ଉଡାଇବା ଏବଂ ଆକ୍ରମଣ ଧମକ ଦେବା ଭଳି ଘଟଣା ସମ୍ପର୍କରେ ମଧ୍ୟ ସୂଚନା ମିଳିଥିଲା। ଏପରିକି ଗତ ସପ୍ତାହରେ ବେଜିଂ ତାଇୱାନ ଉପକୂଳରେ ଦ୍ୱିତୀୟ ଥର ପାଇଁ ସାମରିକ ଅଭ୍ୟାସ କରିଥିଲା। ଚୀନ୍ ତାଙ୍କୁ ଚେତାବନୀ ଦେବା ପାଇଁ ଏଭଳି କରିଥିବା କୁହାଯାଉଛି।

ତାଇୱାନର ରାଷ୍ଟ୍ରପତିଙ୍କ ମୁଖପାତ୍ର କରିନା କୁଓ କହିଛନ୍ତି ଯେ, ତାଇୱାନର ଆତ୍ମରକ୍ଷା କ୍ଷମତାକୁ ମଜବୁତ କରିବା ସହିତ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ପାଇଁ ଏକ ମୂଳଦୁଆ ଅଟେ। ଆମେରିକାର ବୈଦେଶିକ ବିଭାଗର ରାଜନୈତିକ-ସାମରିକ ବ୍ୟାପାର ଅନୁଯାୟୀ, ସମ୍ଭାବ୍ୟ ଅସ୍ତ୍ରଶସ୍ତ୍ର ବିକ୍ରୟ ଚୁକ୍ତିରେ ତିନୋଟି ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଆନୁଷଙ୍ଗିକ ଉପକରଣ ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ ୧.୧୬ ବିଲିୟନ ଡ଼ଲାର ଅଟେ। ଏହି ଚୁକ୍ତିରେ ଆନୁମାନିକ ୮.୨୮ ମିଲିୟନ ଡ଼ଲାର ମୂଲ୍ୟର ରାଡାର ସିଷ୍ଟମ ମଧ୍ୟ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷେ ଆମେରିକାର ସରକାରୀ ସୂତ୍ର କହିଛି ଯେ ତାଇୱାନ ପାଇଁ ନାସାମସ୍ ଏକ ନୂତନ ଅସ୍ତ୍ର। ବର୍ତ୍ତମାନ କେବଳ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଏହାକୁ ବ୍ୟବହାର କରୁଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘୋଷଣାକୁ ସ୍ୱାଗତ କରିବା ସହ ୟୁକ୍ରେନରେ ନାସାମସ୍‌ର ପ୍ରମାଣିତ ବ୍ୟବହାର ତାଇୱାନର ବାୟୁ ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧିରେ ସାହାଯ୍ୟ କରିବ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking