27.1 C
Bhubaneswar
Monday, October 28, 2024
Homeଦେଶ ବିଦେଶଇଣ୍ଟରନ୍ୟାସନାଲ୍ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା

ଇଣ୍ଟରନ୍ୟାସନାଲ୍ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା

ବ୍ୟୁରୋ: ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା । ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ । ଏମଜିଆଇ ହଲ୍‌ରେ ଫିନାଲେ ସମୟରେ ପେରୁର ଲୁସିୟାନା ଫଷ୍ଟର ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ବିଦେଶରେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ଟାଇଟଲ୍ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ରାଚେଲ । ଶୁକ୍ରବାର ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆୟୋଜିତ ହୋଇଥିଲା ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୭୦ରୁ ଅଧିକ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସବୁ ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ରାଚେଲ । ଫିଲିପିନ୍ସର କ୍ରିଷ୍ଟିନ୍ ଜୁଲିଆନ୍ ଓପିଆଜା ଫାର୍ଷ୍ଟ ରନର-ଅପ୍ ରହିଥିଲେ । ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ବିଶ୍ୱର ଅଗ୍ରଣୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ । ସାରା ବିଶ୍ୱରେ ଏହାର ୫ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି ।ରାଚେଲ ହେଉଛନ୍ତି- ପଞ୍ଜାବ ଜଳନ୍ଧରର ବାସିନ୍ଦା ହେଉଛନ୍ତି ରାଚେଲ ଗୁପ୍ତା । ରାଚେଲଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୧୦ ଇଞ୍ଚ ହୋଇଥିବା ବେଳେ ବୟସ ୨୦ ବର୍ଷ । ମଡେଲିଂ ଓ ଅଭିନୟ କ୍ଷେତ୍ରରେ ସେ କ୍ୟାରିୟର କରୁଛନ୍ତି । ହିନ୍ଦୀ, ଇଂରାଜୀ ଓ ପଞ୍ଜାବୀ ଭାଷାରେ ତାଙ୍କର ଦକ୍ଷତା ରହିଛି । ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ୨୦୨୪ ଟାଇଟଲ୍ ଜିତିବା ପୂର୍ବରୁ ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୪ର ମୁକୁଟ ଜିତିଥିଲେ । ରାଚେଲ ପୂର୍ବରୁ ପ୍ୟାରିସରେ ସୁପର ଟ୍ୟାଲେଣ୍ଟ ଅଫ୍ ୱାର୍ଲ୍ଡ ପୁରସ୍କାର ଜିତିଥିଲେ । ରାଚେଲ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ । ଇନଷ୍ଟାରେ ୧ ମିଲିୟନରୁ ଅଧିକ ଫୋଲର୍ସ ରେଚଲ ଗୁପ୍ତାଙ୍କର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking