27.1 C
Bhubaneswar
Wednesday, April 29, 2026
Homeଅପରାଧନାବାଳିକା ଶାଳୀକୁ ଗର୍ଭବତୀ କରି ବନ୍ଧା ହେଲା ଭିଣୋଇ

ନାବାଳିକା ଶାଳୀକୁ ଗର୍ଭବତୀ କରି ବନ୍ଧା ହେଲା ଭିଣୋଇ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଥାନାରେ ଜ୍ୱାଇଁ ନାମରେ ଏତଲା ଦେଲେ ଶାଶୁ। ସୂଚନା ମୁତାବକ ଏମ ଭି ୮୨ ଗ୍ରାମର ଅମିତ ବିଶ୍ୱାସ (୨୮)ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କାମ କରିବା ପାଇଁ ଯିବ କହି ତା ଶଶୁର ଘରୁ ଶାଳୀକୁ ଆଣିଥିଲା । ଘରକୁ ଆଣିବା ପରେ ତାକୁ ବୁଲାଇ ନେବ କହି ପାଖରେ ଥିବା ନଦୀକୁ ନେଇଯାଇଥିଲା। ସେଠାରେ ତା ସହିତ ଦୁଷ୍କର୍ମ କରିଥିଲା ଏବଂ ଏହି କଥା କାହାକୁ କହିବାକୁ ମନା କରିଥିଲା। ତେବେ କିଛି ମାସ ପରେ ତା ଶାଳୀର ଦେହ ଅସୁସ୍ଥ ହେବାରୁ ମେଡିକାଲକୁ ନେଇଥିଲେ । ସେଠାରେ ସେ ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଏବେ ମାଲକାନଗିରି ମେଡିକାଲରେ ଶାଳୀ ଚିକିତ୍ସିତ ହେଉଛନ୍ତି। ଏହା ଶୁଣିବା ପରେ ତା ଶାଶୁ ଏମ ଭି ୭୯ଥାନାରେ ଲିଖିତ ଅଭିଯୋଗ ପରେ ଏମଭି ୭୯ ପୁଲିସ ଅଭିଯୁକ୍ତକୁ ଗିରଫ କରି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking