24.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଦିଲ୍ଲୀରେ ପଲ୍ୟୁସନ ପୁଣି ଦେବ ଟେନସନ

ଦିଲ୍ଲୀରେ ପଲ୍ୟୁସନ ପୁଣି ଦେବ ଟେନସନ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ବାୟୁମଣ୍ଡଳରେ ପରିବର୍ତ୍ତନ ଘଟିଛି। ଏଥିଯୋଗୁଁ ଶନିବାର ସକାଳେ ବାୟୁର ଗୁଣବତ୍ତାରେ ସୁଧାର ଆସିଛି। ହେଲେ ଏକ୍ୟୁଆଇ ଖରାପ ଶ୍ରେଣୀରେ ରେକର୍ଡ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଜାରି ତଥ୍ୟାନୁସାରେ , ଦେଶର ରାଜଧାନୀରେ ସକାଳ ୯ଟାରେ ଦିଲ୍ଲୀର ଏକ୍ୟୁଆଇ ୨୨୭ ରୁଜୁ କରାଯାଇଛି, ଯାହା ଶୁକ୍ରବାର ସକାଳେ ରେକର୍ଡ କରାଯାଇ ଥିବା ୨୮୧ରୁ କମ୍ ରହିଛି। ପାଣିପାଗ ବିଭାଗ ଅନୁସାରେ, ଏହି ଆଶ୍ୱସ୍ତି ଦୀର୍ଘ ସମୟ ଧରି ରହିବ ନାହିଁ , ପ୍ରତିକୂଳ ପାଣିପାଗ ସ୍ଥିତି କାରଣରୁ ଦୁଇ ତିନି ଦିନରେ ପ୍ରଦୂଷଣର ସ୍ତର ପୁଣି ବଢି ପାରେ। ପାଣିପାଗ ବିଭାଗର କହିବାନୁସାରେ , ଦିଲ୍ଲୀ ଏନସିଆରର ଲୋକଙ୍କୁ ଏକ୍ୟୁଆରରେ ମିଳୁଥିବା ଆଶ୍ୱସ୍ତି ୧-୨ ଦିନ ଜାରି ରହିବ। ଏହାପରେ ପ୍ରତିକୂଳ ପରିସ୍ଥିତି କାରଣରୁ ପ୍ରଦୂଷଣର ସ୍ତର ପୁଣି ବଢି ପାରେ।

ଆଇଏମଡି ୩୦ ଅକ୍ଟୋବରରୁ ୩ଦିନ ଅର୍ଥାତ୍ ପ୍ରଥମ ନମ୍ୱର ଯାଏ ସକାଳ ସମୟରେ ଫଗ୍ (କୁହୁଡ଼ି) ଘେରି ରହିବାର ଚେତାବନୀ ଦେଇଛି। ରିପୋର୍ଟ ମୁତାବିକ, ୩୧ ଅକ୍ଟୋବର ଯାଏ ଏକ୍ୟୁଆରର ୪୦୦ ଯାଏ ପହଞ୍ଚିବାର ଆଶଙ୍କା ରହିଛି। ହେଲେ ଦିନରେ ପାଣିପାଗ ସ୍ପଷ୍ଟ ରହିବାର ଅନୁମାନ ଅଛି। ଅର୍ଥାତ୍ ଏହି ସପ୍ତାହରେ ଦିଲ୍ଲୀ ଏନସିଆରର ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ନାହିଁ। ସେପଟେ ପାଣିପାଗ କାର୍ଯ୍ୟାଳୟ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସର ଆଖପାଖରେ ରହିବାର ଆଶଙ୍କା କରିଛି। ସେଠାରେ ନ୍ୟୁନତମ ତାପମାତ୍ରାର ୧୯-୨୦ ଡିଗ୍ରୀ ସେଲସିୟସ୍ ରହିବାର ଅନୁମାନ।

୨୬କୁ ୨୯ ଅକ୍ଟୋବର ବେଳେ ଦିନରେ ସକାଳରୁ ନେଇ ପୂରା ଦିନ ଆକାଶ ସଫା ରହିବାର ପୂର୍ବାନୁମାନ ଅଛି। ବାୟୁ ଗୁଣବତ୍ତା ପୂର୍ବ ଚେତାବନୀ ପ୍ରଣାଳୀ ପକ୍ଷରୁ ସେୟାର କରାଯାଇ ଥିବା ସୂଚନା ମୁତାବିକ , ଗତ ଦୁଇ ଦିନ ବେଳେ ବାୟୁର ଗତିରେ ବୃଦ୍ଧି ଘଟିଛି। ଏହି କାରଣରୁ ପ୍ରଦୂଷକ ଉପାଦାନରେ କିଛି ମାତ୍ରାରେ ବ୍ୟାପିବାର ରେକର୍ଡ କରାଯାଇଛି। ହେଲେ ଏହି ସାଧାରଣ ଆଶ୍ୱସ୍ତି ମଧ୍ୟ ଅଧିକ ଦିନ ଯାଏ ରହିବାର ନାହିଁ। ଅନୁମାନ ଯେ ଆଗାମୀ ଗୋଟିଏ ବା ଦୁଇ ଦିନ ପରେ ବାୟୁର ଗତି ଧିମା ପଡ଼ିବ। ଏହି କାରଣରୁ ପ୍ରଦୂଷଣକାରୀ ଉପାଦନର ସ୍ତର ବଢିବ। ଖାଲି ଏତିକି ନୁହେଁ ଦୀପାବଳି ବେଳେ ବାଣଫୁଟାଇବା ନେଇ ମଧ୍ୟ ଆଶଙ୍କା ରହିଛି। ଏଥିରେ ବାୟୁରେ ଗୁଣବତ୍ତା ପୁଣି ଥରେ ଖୁବ୍ ଖରାପ ବା ଗମ୍ଭୀର ଶ୍ରେଣୀରେ ଯିବାର ଆଶଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking