20.1 C
Bhubaneswar
Tuesday, February 10, 2026
Homeଓଡିଶାବାତ୍ୟା ଡିଉଟିରେ ଡାକ୍ତରଙ୍କୁ କାମୁଡ଼ିଲା ସାପ

ବାତ୍ୟା ଡିଉଟିରେ ଡାକ୍ତରଙ୍କୁ କାମୁଡ଼ିଲା ସାପ

ଭୁବନେଶ୍ୱର: ବାତ୍ୟା ଡ଼ିଉଟିରେ ଥିବା ଡାକ୍ତର ସାପ କାମୁଡ଼ାରେ ଗୁରୁତର । ଗୁରୁତର ଡାକ୍ତର କଟକ ଏସିବି ମେଡିସିନ ଆଇସିୟୁରେ ଭର୍ତ୍ତି । ମହାକାଳପଡା ବାବର ପିଏଚସିରେ ଡାକ୍ତରଙ୍କ ବାତ୍ୟା ଡିଉଟି ପଡିଥିଲା। ପିଏଚସିରେ ପାଇଖାନା ନ ଥିବାରୁ ବାହାରକୁ ଶୌଚ ପାଇଁ ଯାଇଥିଲେ । ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ଡାକ୍ତରଙ୍କୁ ସାପ କାମୁଡିଥିଲା । ବାତ୍ୟା ଦାନା ଯୋଗୁଁ ସମସ୍ତ କର୍ମଚାରୀଙ୍କୁ ଅଲଗା ଅଲଗା ସ୍ଥାନକୁ ଡିଉଟି ପାଇଁ ଦାଇତ୍ୱ ଦିଆଯାଇଥିବାବେଳେ ସମସ୍ତ କର୍ମଚାରୀ ବାତ୍ୟାକୁ ନ ଡରି ନିଜର କର୍ତ୍ତବ୍ୟ ପାଇଁ ବାତ୍ୟା ସମୟରେ ନିଜର ଡିଉଟି କରିବାକୁ ଆଗେଇ ଆସିଥିଲେ । ସେଥିମଧ୍ୟରୁ ଡାକ୍ତର ମାନଙ୍କର ମଧ୍ୟ ରାଜ୍ୟ ପ୍ରଶାସନ ପକ୍ଷରୁ ଛୁଟି ବାତିଲ କରାଯାଇଥିଲା ବେଳେ ସମସ୍ତ ଡାକ୍ତର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହି ଲୋକମାନଙ୍କର ସୁରକ୍ଷା ନିମନ୍ତେ ଡିଉଟି କରୁଥିଲେ। ଆଉ ଏହି ସମୟରେ ସୂଚନା ମିଳିଛି ଯେ ଉପରୋକ୍ତ ଅନୁଯାଇ ଡାକ୍ତର ଜଣଙ୍କୁ ଡିଉଟି ସମୟରେ ସାପ କାମୁଡ଼ାରେ ଶିକାର ହୋଇ ଗୁରୁତର ଭାବେ ଏସିବି ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସୂଚନା ଅନୁୟାଯୀ ତାଙ୍କର ଚିକିତ୍ସା ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking