18.1 C
Bhubaneswar
Thursday, February 12, 2026
Homeଓଡିଶାଅନାସ୍ଥାରେ ପରାଜିତ ୪ ପୌରସଂସ୍ଥା ଅଧ୍ୟକ୍ଷଙ୍କୁ ବିଦା ପାଇଁ ବିଜ୍ଞପ୍ତି ଜାରି କଲେ ସରକାର

ଅନାସ୍ଥାରେ ପରାଜିତ ୪ ପୌରସଂସ୍ଥା ଅଧ୍ୟକ୍ଷଙ୍କୁ ବିଦା ପାଇଁ ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜେଡି କ୍ରମାଗତ ଶକ୍ତଧକ୍କା ଲାଗୁଛି । ରାଜ୍ୟର ଗୋଟିଏ ମ୍ୟୁନିସପାଲଟି ଓ ୩ଟି ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି)ର ଅଧ୍ୟକ୍ଷଙ୍କୁ ପଦଚ୍ୟୁତ କରିବା ପାଇଁ ରାଜ୍ୟ ସରକାର ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ୪ ପୌରସଂସ୍ଥାର ନିର୍ବାଚିତ ଅଧ୍ୟକ୍ଷ/ଅଧ୍ୟକ୍ଷା ଗତ କିଛିଦିନ ପୂର୍ବରୁ ଅନାସ୍ଥା ଭୋଟରେ ପରାଜିତ ହୋଇଥିଲେ ।

ଆଜି ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ଦ୍ୱାରା ବିଜ୍ଞପ୍ତି ଅନୁସାରେ, ଭବାନୀ ପାଟଣା ମ୍ୟୁନିସପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ନୀଳଗିରି ଏନଏଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଜୁନାଗଡ଼ ଏଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଓ ପୁରୁଷୋତ୍ତମପୁର ଏନଏଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ସେମାନେ ଅନାସ୍ଥା ଭୋଟରେ ପରାଜିତ ହୋଇଥିବା ଦିନଠୁ ପିଛିଲା ଭାବେ ପଦଚ୍ୟୁତ କରାଯାଇଛି ।ପୌର ସଂସ୍ଥାର ଦୁଇ ତୃତୀୟାଂଶ ସଦସ୍ୟ ବା ନିର୍ବାଚିତ ପ୍ରତିନିଧି ଲିଖିତ ଭାବେ ପୌରାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ତାକୁ ସଂଖ୍ୟାବଳରେ ପାରିତ କରିବା ପରଠୁ ସେମାନେ ନିଜର ପଦ ହରାଇଥିଲେ । କିନ୍ତୁ ରାଜ୍ୟ ସରକାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିନଥିଲେ । ଆଜି ପୌର ପ୍ରଶାସକଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking