25.1 C
Bhubaneswar
Thursday, October 24, 2024
Homeଓଡିଶା୧୨ ଘଣ୍ଟା କୋପ ଦେଖାଇବ ବାତ୍ୟା 'ଦାନା'

୧୨ ଘଣ୍ଟା କୋପ ଦେଖାଇବ ବାତ୍ୟା ‘ଦାନା’

ଭୁବନେଶ୍ୱର: ଗୁରୁବାର ରାତି ସାଢ଼େ ୧୧ରୁ ଶୁକ୍ରବାର ଦିନ ସାଢ଼େ ୧୧ଟା ଯାଏଁ ବିପଦ ବେଶି । ବାତ୍ୟା ‘ଦାନା’ ଏହି ୧୨ ଘଣ୍ଟା ସର୍ବାଧିକ କୋପ ଦେଖାଇବ ଓଡ଼ିଶା ଉପକୂଳରେ । ବାତ୍ୟାର ୧୦୦ କିମି ବ୍ୟାସାର୍ଦ୍ଧ ଯାଏଁ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କିଲୋମିଟର ରହିବା ଆଶଙ୍କା ଅଛି । ଝଟ୍‌କା ୧୨୦ କିମି ଛୁଇଁପାରେ ଏସବୁ ଅଞ୍ଚଳରେ । ଭୀଷଣ ବାତ୍ୟା ରୂପରେ ‘ଦାନା’ ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟାବେଳକୁ ଧାମରାର ଦକ୍ଷିଣ ପୂର୍ବରେ ପ୍ରାୟ ୫୦ରୁ ୫୫ କିମି ଦୂରରେ ସମୁଦ୍ର ଭିତରେ ଥିବ । ସେଠାରୁ ଭିତରକନିକା ବି ବେଶି ଦୂରରେ ନ ଥିବ । ବାତ୍ୟାର ବଳୟ ସେଥିରେ ଘଷି ହେଉଥିବ । ବାତ୍ୟାର କେନ୍ଦ୍ରୀୟ ବଳୟ ଭିତରେ ପବନ ପିଟୁଥିବ ୧୦୦-୧୧୦ କିମି ବେଗରେ । ମଝିରେ ମଝିରେ ଝଟ୍‌କା ଦେଉଥିବ ୧୨୦ କିମି ବେଗରେ । ହେଲେ ଏହାପରେ ବାତ୍ୟାର ଗତି ଧିମେଇ ଯିବା ସମ୍ଭାବନା ଅଛି । ଯେଉଁଥିପାଇଁ ବାତ୍ୟା ଆଗକୁ ବଢ଼ିବାକୁ ଢେର ସମୟ ନେବ । ଧାମରାରୁ ବାସୁଦେବପୁର ନିକଟସ୍ଥ ମାର୍କୋଣାର ଦୂରତା ପ୍ରାୟ ୫୦ କିମି ପାଖାପାଖି ହେବ । ସେଠାରେ ବାତ୍ୟାର କେନ୍ଦ୍ର ସ୍ଥଳ ପହଞ୍ଚିଲାବେଳକୁ ୨୫ ତାରିଖ (ଶୁକ୍ରବାର) ଦିନ ପ୍ରାୟ ସାଢ଼େ ୧୧ଟା ହେବ ।

ଅର୍ଥାତ୍‌ ରାତି ସାଢ଼େ ୧୧ଟାରୁ ଦିନ ସାଢ଼େ ୧୧ଟା ଭିତରେ (୧୨ ଘଣ୍ଟାରେ) ବାତ୍ୟା ମାତ୍ର ୯୦ରୁ ୧୦୦ କିମି ଦୂରତା ଯିବ । ଏହି ସମୟରେ ବାତ୍ୟା ତା’ର ସର୍ବାଧିକ ପ୍ରକୋପରେ ଥିବ । ଏହାର କେନ୍ଦ୍ରୀୟ ବଳୟ ଭିତରେ ଯେଉଁ ସବୁ ଅଞ୍ଚଳ ରହିବ, ସେଠାରେ ବେଶି ପ୍ରଭାବ ପଡ଼ିବ । ବାତ୍ୟା କେନ୍ଦ୍ରସ୍ଥଳରୁ ଦକ୍ଷିଣ ପଶ୍ଚିମରେ ୧୦୦ କିମି ପର୍ଯ୍ୟନ୍ତ ଓ ଉତ୍ତର ପଶ୍ଚିମରେ ୧୦୦ କିମି ପର୍ଯ୍ୟନ୍ତ ପବନର ବେଗ ସର୍ବାଧିକ ରହିବ । ଧାମରା, ଚାନ୍ଦବାଲି, କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, ଯାଜପୁର, ଜଗତସିଂହପୁର, ପାରାଦୀପ, କଟକ, ଭୁବନେଶ୍ୱର, ଭଦ୍ରକ, ଧାମନଗର, ପାଣିକୋଇଲି, ବ୍ୟାସନଗର, ବାସୁଦେବପୁର, ଚରମ୍ପା, ସୋର, ସିମୁଳିଆ, ଆନନ୍ଦପୁର, ଘଟଗାଁ ଆଦି ଅଞ୍ଚଳରେ ପବନ ମାଡ଼ ହେବ ୧୦୦ରୁ ୧୨୦ କିମି ବେଗରେ । ଏହି ଅଞ୍ଚଳରେ ସର୍ବାଧିକ କ୍ଷତି ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking