ଭୁବନେଶ୍ୱର : ଉଠିପାରେ ୨ମିଟର ପର୍ଯ୍ୟନ୍ତ ଜୁଆର ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଏହା ଧିରେ ଧିରେ ବାତ୍ୟାର ରୂପ ନେଉଛି । ପାରାଦ୍ୱୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୫୦୦ କିମି ଦୁରରେ ରହିଛି । ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି । ଏହା ଭୟଙ୍କର ଘୁର୍ଣିବାତ୍ୟାର ରୂପ ନେବ । ପବନର ବେଗ ୧୦୦ରୁ ୧୨୦ ରହିବାର ସମ୍ଭାବନା ଅଛି । ଉପକୂଳିଆ ଅଞ୍ଚ ଜଳମଗ୍ନ ହୋଇପାରେ, ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି ୨୪ ରାତିରୁ ୨୫ ସକାଳ ମଧ୍ୟରେ ଛୁଇଁବ ସ୍ଥଳଭାଗ । ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୧୦୦ରୁ ୧୨୦ ବେଗରେ ପବନ ରହିବ । ପାଖାପାଖି ୧୯ଟି ଜିଲ୍ଳାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।