29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଲଣ୍ଡନ ସ୍କୁଲରେ ସଂସ୍କୃତ ପାଠ୍ୟକ୍ରମ ବାଧ୍ୟତାମୂଳକ

ଲଣ୍ଡନ ସ୍କୁଲରେ ସଂସ୍କୃତ ପାଠ୍ୟକ୍ରମ ବାଧ୍ୟତାମୂଳକ

ଲଣ୍ଡନ୍‌: ପାଶ୍ଚାତ୍ୟ ଦେଶରେ ଏବେ ଭାରତୀୟ ମୂଳ ଭାଷା ‘ସଂସ୍କୃତ’ ପ୍ରତି ମାତ୍ରାଧିକ ଆଗ୍ରହ ତଥା ଉତ୍ସାହ ଦେଖିବାକୁ ମିଳୁଛି। ପାଶ୍ଚାତ୍ୟ ଦେଶର ଯୁବପିଢ଼ି ଏବେ ସଂସ୍କୃତ ଭାଷା ଶିକ୍ଷା ଗ୍ରହଣ ପାଇଁ ଇଚ୍ଛା ବ୍ୟକ୍ତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲଣ୍ଡନର ଏକ ସ୍କୁଲରେ ସଂସ୍କୃତ ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରାଯାଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ ସ୍କୁଲ ସମୁହରେ ଏହାର ଜୁନିଅର ବିଦ୍ୟାର୍ଥୀମାନଙ୍କ ପାଇଁ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ ବିଷୟ କରାଯାଇଛି। ସଂସ୍କୃତ ମାଧ୍ୟମରେ ବିଜ୍ଞାନ, ଗଣିତ ଏବଂ ଅନ୍ୟପାଠ୍ୟକ୍ରମ ଗୁଡିକୁ ମନେ ରଖିବା ଅନ୍ୟ ଭାଷାଠାରୁ ସହଜ ସାଧ୍ୟ ବୋଲି ସ୍କୁଲ କର୍ତ୍ତୃପକ୍ଷ ଅନୁଭବ କରି ଏହାକୁ ବାଧ୍ୟତାମୂଳକ କରିଛନ୍ତି। ଏହି ବିଦ୍ୟାଳୟ ସମୁହର ସଂସ୍କୃତ ବିଭାଗୀୟ ମୁଖ୍ୟ ୱାରୱିଇକ୍ ଜେସପ୍ କହିଛନ୍ତି ଯେ ସଂସ୍କୃତ ହେଉଛି ବିଶ୍ୱର ସବୁଠାରୁ ‘ପରଫେକ୍ଟ ଓ ଲଜିକାଲ୍ ଲାଙ୍ଗୁଏଜ୍‌’।

ସଂସ୍କୃତ ଭାଷା ଦ୍ୱାରା ସମଗ୍ର ବିଶ୍ୱରେ ଅନେକ ବିଜ୍ଞାନ ଭିତ୍ତିକ ତଥ୍ୟକୁ ସୁବିଧାରେ ଜାଣିହେବ ବୋଲି ଜେସପ ମତ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଲ୍ ମସ୍ କହିଛନ୍ତି, ଦେବନାଗିରି ଲିପି ଓ କଥିତ ସଂସ୍କୃତ ଭାଷା ମାଧ୍ୟମରେ ଜଣେ ଶିଶୁ ବିଦ୍ୟାର୍ଥୀ ସହଜରେ ଏହାର ଆଙ୍ଗୁଳି ଏବଂ ଜିଭର ଜଟିଳତା ଦୂର କରିପାରିବ। ବିଶ୍ୱରେ ସଂସ୍କୃତ ହିଁ ସର୍ବଶ୍ରେଷ୍ଠ ଭାଷା ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନର ୟୁରୋପୀୟ ଭାଷାରେ ଜିଭ ଓ ମୁଖର ସମୁଦାୟ ଅଂଶ ବ୍ୟବହାର ହେଉନାହିଁ। ଏହାସହିତ ଲେଖିବା ବେଳେ ଆଙ୍ଗୁଳିର ସମ୍ପୂର୍ଣ୍ଣ ପରିଚାଳନା ହେଉନାହିଁ। ଏହି ଦୃଷ୍ଟିରୁ ସଂସ୍କୃତ ଏହାର ଏକ ଧ୍ୱନି ମାଧ୍ୟମରେ ମସ୍ତିଷ୍କକୁ ସକ୍ରିୟ କରେ ଏବଂ ଆଙ୍ଗୁଳି ଓ ଜିଭାର ଜଟଳିତା ଦୂର ହୁଏ ବୋଲି ପଲ୍ ମସ ମତ ଦେଇଛନ୍ତି। ଏହି ବିଦ୍ୟାଳୟ କେବଳ ଶିଶୁମାନଙ୍କ ଲାଗି ନୁହେଁ ବରଂ ସମସ୍ତ ବ୍ୟୟସ୍କ ବ୍ୟକ୍ତିଙ୍କ ପାଇଁ ସଂସ୍କୃତ ଭାଷା ଶିକ୍ଷାଲାଭ ପାଇଁ କାର୍ଯ୍ୟକାରୀ କରୁଛି। ସଂସ୍କୃତ ବିଶ୍ୱର ସର୍ବଶ୍ରେଷ୍ଠ ମୌଳିକ ଭାଷା ଭାବେ ଏହି ମିଦ୍ୟାଳୟ ସମୁହ ଦ୍ୱାରା ଆଦୃତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking