25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସେବି ମୁଖ୍ୟ ମାଧବୀ ନିର୍ଦ୍ଦୋଷ; କଂଗ୍ରେସର ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ

ସେବି ମୁଖ୍ୟ ମାଧବୀ ନିର୍ଦ୍ଦୋଷ; କଂଗ୍ରେସର ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ

ନୂଆଦିଲ୍ଲୀ: ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ମୁଖ୍ୟ ତଥା ଅଧ୍ୟକ୍ଷା ମାଧବୀ ପୁରି ବୁଚ୍‌ଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ପ୍ରମାଣ ନ ମିଳିବାରୁ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ମାଧବୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିବା ଭିତରେ କେନ୍ଦ୍ର ସରକାର ଯାଞ୍ଚ ଆରମ୍ଭ କରିଥିଲେ। ଉଭୟ ଏଜେନ୍ସି ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହି ଯାଞ୍ଚ କରାଯାଇଥିଲା। ତେବେ ବର୍ତ୍ତମାନ ଏହି ମାମଲାର ତଦନ୍ତ ଶେଷ ହୋଇଛି। ଏଥିରେ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ଲିନ୍‌ଚିଟ୍ ଦିଆଯାଇଛି। ତଦନ୍ତରୁ ମାଧବୀ କିମ୍ବା ତାଙ୍କର ପରିବାର ବିରୋଧରେ କୌଣସି ପ୍ରମାଣ ମିଳିନଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।

ରିପୋର୍ଟ ଅନୁସାରେ ମାଧବୀ ନିଜ ପଦର ଅପବ୍ୟବହାର କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। କେବଳ ସେତିକି ନୁହେଁ ମାଧବୀଙ୍କ ପରିବାର ଏବଂ ବିଜେପିକୁ ମଧ୍ୟ ଏନେଇ କଂଗ୍ରେସ ଦୋଷାରୋପ କରିଥିଲା। ବିଶେଷକରି ଗତ ସଂସଦ ଅଧିବେଶନରେ କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ଏପ୍ରକାର ଅଭିଯୋଗ ଅଣାଯିବା ପରେ ମାଧବୀଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ମଧ୍ୟ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା। ଅଦାନୀ ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେୟାର) ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା।

ତଦନ୍ତ ସମୟରେ ମିଳିଥିବା କେତେକ ତଥ୍ୟ ଅନୁସାରେ ସେବି ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ମାଧବୀ, ସେବିରେ ଏକାଧିକ ବ୍ୟବସ୍ଥାକୁ ପରିଷ୍କାର କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି, ତେବେ ଏହାକୁ ନେଇ ଅନେକ ଲୋକ ଖୁସିନଥିବା କେନ୍ଦ୍ର ସରକାର ବିଶ୍ୱାସ କରୁଛନ୍ତି। ମାଧବୀ ପୁରୀ ବୁଚ୍ ତାଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ ଏହ ପଦରେ ରହିବେ। ତାଙ୍କ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୨୮ରେ ଶେଷ ହେବ। ପ୍ରକାଶ, ମାଧବୀ ପୁରୀ ବୁଚ୍ ୨୦୨୨ ମସିହା ମାର୍ଚ୍ଚ ୧ ତାରିଖରୁ ଭାରତର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ର ପ୍ରଥମ ମହିଳା ଚେୟାରମ୍ୟାନ୍ (ଅଧ୍ୟକ୍ଷା) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking