27.1 C
Bhubaneswar
Tuesday, October 22, 2024
Homeଅପରାଧଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ହତ୍ୟା

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ହତ୍ୟା

ଭୁବନେଶ୍ୱର: ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜଧାନୀ ପଟିଆ ଅଞ୍ଚଳରେ ଏକ ନିର୍ମାଣାଧିନ ମନ୍ଦିର ନିକଟରୁ ମିଳିଲା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ । ମୃତକ ପଥରଗାଡ଼ିଆ ଅଞ୍ଚଳର ସୁଶାନ୍ତ ବେହେରା ବୋଲି ଜଣା ପଡ଼ିଛି । ସେ ଭୁବନେଶ୍ୱରର ଅହଲ୍ୟା ହସ୍ପିଟାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ ।

ସୁଶାନ୍ତ ଗତକାଲି ଅପରାହ୍ନ ୨.୩୦ ମିନିଟରୁ ଘରୁ ବାହାରି ଆସିଥିଲେ । ଏହାପରେ ତାଙ୍କ ଫୋନ୍ ନଲାଗିବାରୁ ଏନେଇ ପରିବାର ଲୋକେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ଏକ ନର୍ମାଣାଧିନ ମନ୍ଦିର ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଜଣେ ତାଙ୍କୁ ଆକ୍ରମଣ କରି ନିର୍ମମ ଭାବରେ ହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking