19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପ୍ରଦୂଷଣକୁ ନେଇ ହରିୟାଣା ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ ; ୨୪ ଅଫିସର ନିଲମ୍ୱିତ

ପ୍ରଦୂଷଣକୁ ନେଇ ହରିୟାଣା ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ ; ୨୪ ଅଫିସର ନିଲମ୍ୱିତ

ଚଣ୍ଡିଗଡ଼ : ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ମଧ୍ୟରେ ହରିୟାଣା ସରକାର ନିଜ ରାଜ୍ୟରେ ନଡ଼ା ଜଳା ଯିବା ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ଏବଂ ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଙ୍ଘନ କରିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଛି। ହରିୟାଣାର କୃଷି ବିଭାଗ ବିଭିନ୍ନ ଜିଲ୍ଲାରେ ମୁତୟନ ୨୪ ଅଧିକାରୀଙ୍କୁ ଏହି ମାମଲାରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ନିଲମ୍ୱିତ କରିଛି। ଏହି ଅଧିକାରୀମାନେ ନିଜ ନିଜର ଅଞ୍ଚଳରେ ନଡ଼ା ଜଳାଇବାର ଘଟଣାକୁ ରୋକିବାରେ ଅସଫଳ ହୋଇ ଥିଲେ। ସରକାର ଡେପୁଟୀ କମିଶନର ଓ ଡେପୁଟୀ ଡାଇରେକ୍ଟରଙ୍କୁ ମିଳିଥିବା ସୁପାରିଶର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହା ବ୍ୟତୀତ ହରିୟାଣା ସରକାର ଗତ କିଛି ଦିନରେ କୈଥଲ ଜିଲ୍ଲାରେ ୧୮ଜଣ କୃଷକଙ୍କୁ କ୍ଷେତରେ ନଡ଼ା ଜଳାଇବା ଅଭିଯୋଗରେ ଗିରଫ କରିଛନ୍ତି।

ଦିଲ୍ଲୀରେ ବିଶେଷକରି ଅକ୍ଟୋବର ଓ ନଭେମ୍ୱର ବେଳେ ପ୍ରଦୂଷଣର ସ୍ତର ବଢିବା ପାଇଁ ଅନେକ ସମୟରେ ହରିୟାଣା ଓ ପଡୋଶୀ ପଞ୍ଜାବରେ ନଡ଼ା ଜଳାଇବାକୁ ଦାୟୀ କରାଯାଏ। ପୁଲିସର ଜଣେ ଅଧିକାରୀ କହିଛନ୍ତି , ଗତ କିଛି ଦିନରେ ନଡ଼ା ଜଳାଇବା ପାଇଁ ୧୮ ଜଣ କୃଷକଙ୍କୁ ଗିରଫ କରାଯାଇଛି, କିନ୍ତୁ ପରେ ତାଙ୍କୁ ଜାମିନରେ ମୁକ୍ତ କରି ଦିଆ ଯାଇଛି। ହରିୟାଣାରେ କୈଥଲ ଜିଲ୍ଲାର ପୁଲିସ ଉପାଧିକ୍ଷକ ( ମୁଖ୍ୟାଳୟ) ବୀରଭାନ କହିଛନ୍ତି ଯେ, ନଡ଼ା ଜଳାଇବା ପାଇଁ ବାୟୁ (ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ) ଅଧିନିୟମ ଓ ଆଇନର ଅନ୍ୟ ପ୍ରାସଙ୍ଗିକ ପ୍ରାବଧାନ ଅନୁସାରେ ମାମଲା ରୁଜୁ କରାଯାଇଛି। ପାନିପତ, ଯମୁନାନଗର ଓ ଅମ୍ୱାଲା ସମେତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ନଡା ଜଳାଇବା ପାଇଁ ନିକଟରେ ଏଫଆଇଆର ରୁଜୁ କରାଯାଇଛି। କୁହାଯାଏ କି ଧାନ ଫସଲ ପରେ କୃଷକମାନେ ବହୁ ପରିମାଣରେ କ୍ଷେତରେ ନଡ଼ା ଜଳାଇ ଦେଇଥାନ୍ତି ,ଏଥିପାଇଁ କି ଆଗାମୀ ଫସଲ ପାଇଁ କ୍ଷେତ ପ୍ରସ୍ତୁତ କରାଯାଇ ପାରିବ, କିନ୍ତୁ ଏଥିରେ ବହୁ ପରିମାଣରେ ବାୟୁ ପ୍ରଦୂଷଣ ହୋଇଥାଏ । ପଞ୍ଜାବ-ହରିୟାଣାର କ୍ଷେତ ଗୁଡ଼ିକରୁ ଉଠୁଥିବା ଏହି ଧୂଆଁ ଦିଲ୍ଲୀ –ଏନସିଆର ଯାଏ ପ୍ରଦୂଷଣ ବ୍ୟାପିବାରେ ବଡ଼ କାରକ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking