18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଅକ୍ସିଜେନ ସିଲିଣ୍ଡର ଫାଟି ୬ ମୃତ୍ୟୁ ୮ ଗୁରୁତର

ଅକ୍ସିଜେନ ସିଲିଣ୍ଡର ଫାଟି ୬ ମୃତ୍ୟୁ ୮ ଗୁରୁତର

ଉତ୍ତରପ୍ରଦେଶ: ଲକ୍ଷ୍ନୌର ବୁଲନ୍ଦ ସହରରେ ଗତ ରାତିରେ ଏକ ବଡ଼ ଧରଣର ଅଘଟଣ ହୋଇଛି । ଅକ୍ସିଜେନ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି । ବୁଲନ୍ଦ ସହରର ସିକନ୍ଦରାବାଦ ଥାନା ଆଶାପୁରୀ କଲୋନୀର ଏକ ଘରେ ଏହି ବଡ଼ ଅଘଟଣ ହୋଇଛି । ଘରେ ରଖାଯାଇଥିବା ଅକ୍ସିଜେନ୍ ସିଲିଣ୍ଡର ଫାଟିଯାଇଥିଲା । ବିସ୍ଫୋରଣ ଏତେ ବଡ଼ଧରଣର ଥିଲା ଯେ, କ୍ଷଣଙ୍କ ମଧ୍ୟରେ ଘର ଭୁଷୁଡ଼ି ପଡ଼ିଥିଲା । ସୂଚନାନୁସାରେ, ସୋମବାର ରାତିରେ ସିକନ୍ଦରାବାଦ ପୋଲିସ ଷ୍ଟେସନ ପରିସରରେ ଗୁଲାଭାଟୀ ରୋଡରେ ଅବସ୍ଥିତ ଆଶାପୁରୀ କଲୋନୀରେ ଏକ ଘରେ ହଠାତ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏହି ଦୁଃଖଦ ଦୁର୍ଘଟଣା ରାତି ପ୍ରାୟ ସାଢେ ୮ଟାରୁ ରାତି ୯ ଟା ମଧ୍ୟରେ ଘଟିଥିଲା । ବିସ୍ଫୋରଣ ଘଟିବା ମାତ୍ରେ ସମଗ୍ର ଘର ଭୁଶୁଡି ପଡିଥିଲା ​​। ଦୁର୍ଘଟଣା ଦେଖି ନିକଟସ୍ଥ ଲୋକମାନେ ସଙ୍ଗେ ସଙ୍ଗେ ସିକନ୍ଦରାବାଦ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଅଗ୍ନିଶମ ବାହିନୀରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଏହି ଦୁର୍ଘଟଣା କିପରି ଘଟିଥିଲା ତାହା ସ୍ପଷ୍ଟ ହୋଇନାହିଁ।ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆଶାପୁରୀ କଲୋନୀର ବିସ୍ଫୋରଣ ହୋଇଥିବା ଘରେ ରିୟାଜୁଦ୍ଦିନ ଙ୍କ ପରିବାର ର ୧୮ଜଣ ସଦସ୍ୟ ରହୁଥିଲେ। ଗତ ରାତିରେ ଅଧିକାଂଶ ପରିବାର ସଦସ୍ୟ ଘରେ ଥିବା ବେଳେ ହଠାତ୍‌ ଗ୍ୟାସ୍‌ ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। । ପରିବାରର ୯ଜଣ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲ ନିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking