ଭୁବନେଶ୍ୱର: ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ । ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ରଖିବାକୁ ନିର୍ଦେଶ । ହସ୍ପିଟାଲରେ ୨୪ ଘଣ୍ଟିଆ ପାୱାର ବ୍ୟାକ ଅପ ରଖିବାକୁ ନିର୍ଦେଶ ମଧ୍ୟ କୁହାଯାଇଛି । ବାତ୍ୟା ଅଂଚଳରେ ଟିମ ପଠାଯାଇ ସେବା ଯୋଗାଇ ଦିଆଯିବ। କାଲିଠୁ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିଛି।