25.1 C
Bhubaneswar
Friday, December 19, 2025
Homeଓଡିଶାଚିତ୍ରୋତ୍ପଳାରେ ଭାସିଗଲେ ଦୁଇ ସାଙ୍ଗ

ଚିତ୍ରୋତ୍ପଳାରେ ଭାସିଗଲେ ଦୁଇ ସାଙ୍ଗ

ନେମାଳ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମହମ୍ମଦପୁର ଗ୍ରାମର ଦୁଇ ସହପାଠୀ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏହି ୨ ସହପାଠୀଙ୍କ ମୃତଦେହକୁ ଆଜି ସକାଳେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମହମ୍ମଦପୁର ଗ୍ରାମର ବାବୁଲି ବେହେରାଙ୍କ ପୁତ୍ର ଚନ୍ଦନ ବେହେରା (୨୧) ସ୍ଥାନୀୟ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟରେ +୩ ଶ୍ରେଣୀରେ ଓ ସେହିଗ୍ରାମର ଚିତରଞ୍ଜନ ପାତ୍ରଙ୍କ ପୁତ୍ର ବିଜୟ କୁମାର ପାତ୍ର(୨୧) କଟକ ଜିଲ୍ଲା ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।

ଏହି ଦୁଇ ସହପାଠୀ ଗତକାଲି ଛୁଟି ଦିନ ଥିବାରୁ ସ୍ଥାନୀୟ ଚିତ୍ରୋତ୍ପଳା ନଦୀକୁ ସ୍ନାନ କରିବା ନିମନ୍ତେ ସାଙ୍ଗ ହୋଇ ଯାଇଥିଲେ। ସେମାନେ ସ୍ଥାନୀୟ ଚାଟରା ଘାଟରେ ଗାଧୋଉଥିଲା ବେଳେ ଗୋଡ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇ କରୁଣ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ତନ୍ନ ତନ୍ନ କରି ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ। ଆଜି ସକାଳେ ଗାଁ ଲୋକେ ନଦୀକୁ ଗାଧୋଇବାକୁ ଯାଇଥିଲା ବେଳେ ୨ ସହ ପାଠୀଙ୍କ ମର ଶରୀର ନଦୀରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ କିଶନନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ୨ ସହପାଠୀଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking