25.1 C
Bhubaneswar
Wednesday, March 25, 2026
Homeଓଡିଶାଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ : ରାଜସ୍ୱ ମନ୍ତ୍ରୀ

ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଆଦୌ ଭୟଭୀତ ହୁଅନ୍ତୁନି, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଶାସନକୁ କେବଳ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ଏମିତି ବର୍ଷା, ବାତ୍ୟା ଆସୁଥିବ। ଓଡ଼ିଶାବାସୀ ସୁରକ୍ଷିତ ରହୁଥିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ କେବଳ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରସ୍ତୁତ ନାହାନ୍ତି। ଏଥିନିମନ୍ତେ ପୂରା ୩୦ ଜିଲ୍ଲା ପ୍ରସ୍ତୁତ ରହିଛି। ଯଦି ସମ୍ଭାବ୍ୟ ବାତ୍ୟାର ଗତିପଥ ବଦଳିବ ତାକୁ ଦୃଷ୍ଟିରେ ରଖି ତତ୍‌କ୍ଷଣାତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବାତ୍ୟା ସମୟରେ ୩୦ ଜିଲ୍ଲାରେ ଓଡ୍ରାଫ୍ ଟିମ୍ ମୁତୟନ ରହିବେ, ଓଡ୍ରାଫ୍ ଟିମକୁ ଆଲର୍ଟ ରଖାଯାଇଛି। ସମୟ ଯେତେ ପାଖେଇ ଆସିବ, ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ। କେହି ଭୟଭୀତ ହୁଅନ୍ତୁନି ବୋଲି କହିଛନ୍ତି ମନ୍ତ୍ରୀ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କଡ଼ା ବାରଣ କରାଯାଇଛି। ଯଦି ଟ୍ରଲର ମାଲିକ ଜୋର୍ କରି ସେମାନଙ୍କୁ ପଠାନ୍ତି ତା’ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ଆସନ୍ତା ୨୪ ଓ ୨୫ ତାରିଖ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସମ୍ଭାବ୍ୟ ବାତ୍ୟା ହେତୁ ଉକ୍ତ ସମୟରେ ବହୁ ଜାଗାରେ କ୍ଷୟକ୍ଷତି ହେବା ନେଇ ଆକଳନ କରାଯାଇଛି।

ମାତ୍ର ଏଥିପାଇଁ ସବୁ ବିଭାଗକୁ ସଜାଗ କରାଯାଇଛି, ଆମେ ସତର୍କ ରହିଛୁ। ରିଲିଫ, ରେସକ୍ୟୁ, ଅପରେସନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧୀରେ ଧୀରେ ବର୍ଷା ପବନ ବଢ଼ିବା ଆରମ୍ଭ ହେଲେ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟାକୁ ବି ଜୋରଦାର କରାଯିବ। କିନ୍ତୁ ଏବେଠୁ ଆମେ ଆଗୁଆ ସ୍ଥାନାନ୍ତର ପାଇଁ ବି ପ୍ରସ୍ତୁତ ଅଛୁ। ଏଥିପାଇଁ ଲୋକଙ୍କ ସହଯୋଗ ଦରକାର। କାରଣ ବିପଦ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ତା’ ପୂର୍ବରୁ ଲୋକେ ଇଚ୍ଛା ପ୍ରକାଶ କଲେ ଆମେ ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଦେବୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking