23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶ୧ରୁ ୧୯ ଭିତରେ ଯାତ୍ରା କରନାହିଁ: ଚେତାବନୀ ହେଲେ ଖାଲିସ୍ତାନୀ ଆତଙ୍କବାଦୀ

୧ରୁ ୧୯ ଭିତରେ ଯାତ୍ରା କରନାହିଁ: ଚେତାବନୀ ହେଲେ ଖାଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ଗତକିଛି ଦିନ ଭିତରେ ବିମାନଙ୍କୁ ମିଳୁଥିବା ଅନେକ ବୋମା ଧମକ ମଧ୍ୟରେ ଆଉ ଏକ ଧମକ ଯୋଡ଼ି ହୋଇଛି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁନ ସୋମବାର ବିମାନ ଯାତ୍ରୀମାନଙ୍କୁ ନଭେମ୍ବର ୧ ରୁ ୧୯ ତାରିଖ ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଉଡ଼ାଣ ନକରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ଦିନ ମଧ୍ୟରେ ସେ ଯାତ୍ରା ନଭରିବାକୁ ଚେତବେନୀ ଦେଇଛନ୍ତି ସେହି ତାରିଖ ମଧ୍ୟରେ ଆକ୍ରମଣ ହୋଇପାରେ। ସିଖ୍‌ସ ଫର୍‌ଜଷ୍ଟିସ୍‌(ଏସ୍‌ଏଫ୍‌ଜେ)ର ନିର୍ମାତା ଯିଏକି ଉଭୟ କାନାଡା ଓ ଆମେରିକାର ନାଗରିକତ୍ୱ ପାଇଛନ୍ତି ଗତବର୍ଷ ବି ଏହି ସମାନ ଧମକ ଦେଇଥିଲେ। ଭାରତର ଅନେକ ଏୟାରଲାଇନ୍ସ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ନେଇ ଏକାଧିକ ଧମକ କଲ୍ ଗ୍ରହଣ କରୁଥିବା ବେଳେ ଏହି ନୂଆ ଧମକ ଆସିଛି। ୨୦୨୩ ମସିହା ନଭେମ୍ବର ମାସରେ ପନ୍ନୁନ ଏକ ଭିଡିଓ ଜାରି କରି ଦାବି କରିଥିଲେ ଯେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ହେବ ଏବଂ ନଭେମ୍ବର ୧୯ ତାରିଖରେ ବନ୍ଦ ରହିବ। ଜାତୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଅପରାଧିକ ଷଡଯନ୍ତ୍ର, ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବା ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମଅନୁଯାୟୀ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking