25.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଛୁଟିରେ ଘରକୁ ଫେରୁଥିବା ବେଳେ ମହିଳା ହେଡ କନଷ୍ଟେବଳ ହେଲେ ଦୁଷ୍କର୍ମର ଶିକାର

ଛୁଟିରେ ଘରକୁ ଫେରୁଥିବା ବେଳେ ମହିଳା ହେଡ କନଷ୍ଟେବଳ ହେଲେ ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: କାନପୁରର ସେନ ପଶ୍ଚିମ ପାରା ଅଞ୍ଚଳରେ ଗତ ଶନିବାର ରାତିରେ ମହିଳା ହେଡ କନଷ୍ଟେବଳ ଘରକୁ ଯାଉଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ହେଡ କନଷ୍ଟେବଳ ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରିବା ପରେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଷ୍କର୍ମକାରୀକୁ ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀର ନାମ ଧର୍ମେନ୍ଦ୍ର ଓରଫ କଲ୍ଲୁ ବୋଲି ଜଣାପଡ଼ିଛି।

ଇନ୍ସପେକ୍ଟର ଗୌତମ ସିଂହ କହିଛନ୍ତି, ‘ କରୱାଚୌଥ ପାଳନ ପାଇଁ ଚାକିରିରୁ ଛୁଟି ନେଇ ସାଧା ପୋଷାକରେ ଘରକୁ ଫେରୁଥିଲେ ମହିଳା ହେଡ କନଷ୍ଟେବଳ ଦୁଷ୍କର୍ମର ଶିକାର ହୋଇଥିଲେ। ଅଧିକ ରାତି ହୋଇଯାଇଥିବାରୁ ରାସ୍ତାଘାଟ ସୁନସାନ ହୋଇଯାଇଥିଲା। ଏହାର ସୁଯୋଗ ନେଇ ଦୁଷ୍କର୍ମକାରୀ ମହିଳା ହେଡକନଷ୍ଟେବଳଙ୍କୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସାହାସର ସହ ମହିଳା କନଷ୍ଟେବଳ ଘଟଣାସ୍ଥଳରୁ ଉଠି ଥାନାରେ ପହଞ୍ଚି ଦୁଷ୍କର୍ମକାରୀ ବିରୋଧରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଷ୍କର୍ମକାରୀ ଉପରେ କାବୁ ପାଇଥିଲା। ଏହାପରେ ଆଜି ତାକୁ କୋର୍ଟ ଚାଲାଣ କରିଛି। ଦୁଷ୍କର୍ମକାରୀ ଘଟଣା ସମ୍ପର୍କରେ ଏଯାବତ ମୁହଁ ଖୋଲି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking