28.1 C
Bhubaneswar
Monday, October 21, 2024
Homeଓଡିଶାପୁରୀରୁ ବାଲେଶ୍ୱର ଭିତରେ ଗତି କରିପାରେ ବାତ୍ୟା ‘ଦାନା’

ପୁରୀରୁ ବାଲେଶ୍ୱର ଭିତରେ ଗତି କରିପାରେ ବାତ୍ୟା ‘ଦାନା’

 ଭୁବନେଶ୍ୱର : ବାତ୍ୟା ‘ଦାନା’ ପୁରୀରୁ ବାଲେଶ୍ୱର ଭିତରେ  ଲ୍ୟାଣ୍ଡଫଲ କରିପାରେ । ଆଇଏମଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଲ୍ୟାଣ୍ଡଫଲ ନେଇ ସ୍ପଷ୍ଟ କରିନାହିଁ । ପାଣିପାଗ ବିଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ପୁରୀରୁ ବାଲେଶ୍ୱର ଭିତରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ ।
ସେପଟେ ବାତ୍ୟା କୁନେଇ ଏସଆରସିଙ୍କ କାର୍ଯ୍ୟାଳୟ ରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ବାତ୍ୟା କେଉଁ ଆଡେ ଯିବ , ବାତ୍ୟା ର ଗତିପଥ ଉପରେ କଣ୍ଟ୍ରୋଲ ରୁମ ତୀକ୍ଷ୍‌ଣ ନଜର ରଖିଛି । ଉପକୂଳ ଓଡିଶା ଯଥା ବାଲେଶ୍ୱର , ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମ ମୁତୟନ ହେବେ । ଏହି ପରିପ୍ରେକ୍ଷୀରେ ବାତ୍ୟାକୁନେଇ ଭୟଭୀତ ନହେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟବାସୀଙ୍କୁ ଆଶ୍ୱସ୍ଥୀ ଦେଇଛନ୍ତି । ଏପଟେ ଅପରାହ୍‌ଣ ୪ ଟାରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମୀକ୍ଷା କରିବେ । ସେଠାରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking