32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଗୀତିକାର ମଙ୍ଗେଶ କୁଲକର୍ଣ୍ଣିଙ୍କ ପରଲୋକ

ଗୀତିକାର ମଙ୍ଗେଶ କୁଲକର୍ଣ୍ଣିଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ଚଳଚ୍ଚିତ୍ର କାହାଣୀ ଲେଖକ, ଗୀତିକାର, ନିର୍ଦେଶକ ତଥା ଅଭିନେତା ମଙ୍ଗେଶ କୁଲକର୍ଣ୍ଣିଙ୍କର ପରଲୋକ ଘଟିଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ କଳାକାର ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ଅଭିନୀତ ‘ୟେସ ବସ୍‌’ ସମେତ ‘ଆଓ୍ବାରା ପାଗଲ ଦିଓ୍ବାନା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରର କାହାଣୀ ଲେଖି ସେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାବ୍ୟତୀତ ୧୯୯୯ରେ ମୁକ୍ତିଲାଭ କରିଥିବା ‘ଦିଲ୍‌ କ୍ୟା କରେ’ ଚଳଚ୍ଚିତ୍ରର କାହାଣୀ ଲେଖିଥିବାବେଳେ ୨୦୧୭ରେ ମୁକ୍ତିଲାଭ କରିଥିବା ‘ଫାଷ୍ଟର ଫେନ୍‌’ର ମଧ୍ୟ ସେ ପ୍ରଯୋଜକ ଏବଂ ଲେଖକ ରହିଛନ୍ତି। ସେ ଅନେକ ପ୍ରସିଦ୍ଧ ମରାଠୀ ସଙ୍ଗୀତ ରଚନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking