30.1 C
Bhubaneswar
Tuesday, April 28, 2026
Homeଅପରାଧପ୍ରେମିକାକୁ ଜୀବନ୍ତ ପୋଡ଼ିଦେଲା ପ୍ରେମିକ

ପ୍ରେମିକାକୁ ଜୀବନ୍ତ ପୋଡ଼ିଦେଲା ପ୍ରେମିକ

ତେଲେଙ୍ଗାନା : ବିବାହ ପାଇଁ ଜିଦ ଧରି ନାବାଳିକା ପ୍ରେମିକାକୁ ଜୀବନ୍ତ ପୋଡ଼ି ମାରିଦେଇଛି ପ୍ରେମିକ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର କଡପା ଅନ୍ତର୍ଗତ ବଡଭେଲ ଅଞ୍ଚଳରୁ। ପୁଲିସ ଅଭିଯୁକ୍ତ ଜେ. ବିଘ୍ନେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁସାରେ, ନାବାଳିକା ଜଣକ ଯୁକ୍ତ ୨ରେ ପଢୁଥିଲେ। ପୂର୍ବରୁ ତାଙ୍କର ଅଭିଯୁକ୍ତ ସହିତ ପ୍ରେମ ସମ୍ପର୍କ ରହିଥିଲା। ଅଭିଯୁକ୍ତ ବିଘ୍ନେଶଙ୍କ ନାବାଳିକା ସହିତ ସମ୍ପର୍କ ଛିନ୍ନ କରି ଅନ୍ୟ ଜଣେ ଯବୁତୀଙ୍କୁ ବିବାହ କରିଥିଲେ। ହେଲେ ଗତ ୬ ମାସ ତଳୁ ନାବାଳିକା ଜଣକ ବଘ୍ନେଶକୁ ଭେଟି ତାଙ୍କୁ ବିବାହ କରିବାକୁ ଜିଦ କରିଥିଲେ।

ବିଘ୍ନେଶ ବିବାହ ପାଇଁ ମନା କରିଦେଇଥିଲେ। କିନ୍ତୁ ନାବାଳିକା ବାରମ୍ବାର ତାଙ୍କୁ ବିବାହ ପାଇଁ ଚାପ ପକାଉଥିଲେ। ଏଥିରେ ରାଗିଯାଇଥିଲେ ବିଘ୍ନେଶ। ସେ କୌଶଳକ୍ରମେ ନାବାଳିକାଙ୍କୁ ଭେଟିବାକୁ ଶନିବାର ବଡ଼ଭେଲ ଅଞ୍ଚଳକୁ ଡାକିଥିଲେ। ନାବାଳିକା ଆସିବା ପରେ ସେଠାରେ ବିଘ୍ନେଶ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ଦୌଡ଼ି ଆସିଥିଲେ। ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ରବିବାର ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖପ୍ରକାଶ କରିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଦଣ୍ଡବିଧାନ ପାଇଁ ପୁଲିସକୁ ନିର୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking