29.1 C
Bhubaneswar
Monday, April 27, 2026
Homeଦେଶ ବିଦେଶବାହରାଇଚରେ ଥମୁନି ଉତ୍ତେଜନା, ଗାଡ଼ି ଶୋ'ରୁମରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଲୋକେ

ବାହରାଇଚରେ ଥମୁନି ଉତ୍ତେଜନା, ଗାଡ଼ି ଶୋ’ରୁମରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଲୋକେ

ଲକ୍ଷ୍ନୌ: ଏବେ ବି ଉତ୍ତରପ୍ରଦେଶର ବାହରାଇଚରେ ଲାଗି ରହିଛି ଉତ୍ତେଜନା। ଦୁର୍ଗାପୂଜା ମୂର୍ତ୍ତି ବିଶର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟି ଜଣେ ୨୨ ବର୍ଷୀୟ ଯୁବକ ରାମ ଗୋପାଲ ମିଶ୍ରାଙ୍କ ମୃତ୍ୟୁକୁ ନେଇ ଭିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ସ୍ଥାନୀୟ ଲୋକେ। ଏହି କ୍ରମରେ ଗତକାଲି ଏକ ଗାଡ଼ି ଶୋ’ରୁମରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି।

ଏଥିସହ ୪ ଲକ୍ଷ ଟଙ୍କା କ୍ୟାସ୍ ମଧ୍ୟ ଜଳି ଯାଇଥିବା ଶୋ-ରୁମ୍ ମାଲିକ କହିଛନ୍ତି। ସୂଚନା ଅନୁସାରେ, ଶୋ’ରୁମ୍ ମାଲିକ ହରିୟାଣାର ଏକ ହସ୍ପିଟାଲକୁ ହାର୍ଟ ଚେକ୍-ଅପ୍ ପାଇଁ ଯାଇଥିଲେ। ଏହି ସମୟରେ ମହାରାଜଗଞ୍ଜରେ ଥିବା ତାଙ୍କ ଗାଡ଼ି ଶୋ-ରୁମରେ ନିଆଁ ଲଗାଇ ଦେଇଥିଲେ ଉତ୍ୟକ୍ତ ଲୋକେ। ଏଥିରେ ୩୮ଟି ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି। ଶୋ’ରୁମ୍ ମାଲିକ ଅନୁପ ଶୁକ୍ଳା କହିଛନ୍ତି ଯେ, “ଏହି କୋଠାଟି ମହମ୍ମଦ ସଇଦଙ୍କର, କିନ୍ତୁ ମୁଁ ଏହାକୁ ଭଡ଼ାରେ ନେଇ ଶୋ’ରୁମ୍ କରିଥିଲି। ଭିକ୍ଷୋଭକାରୀ ମୋ ଶୋ’ରୁମକୁ ବି ଛାଡ଼ିଲେନି। ନିଆଁ ଲଗାଇଦେବା ଫଳରେ ୩୪ଟି ବାଇକ୍ ଏବଂ ଚାରିଟି କାର୍ ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଦୋକାନରେ ଥିବା ୪ ଲକ୍ଷ ନଗଦ ଟଙ୍କା ମଧ୍ୟ ପୋଡ଼ି ଯାଇଛି। ଏଥିରେ ମୋର ମୋଟ ୫୦ ଲକ୍ଷ ଟଙ୍କା କ୍ଷତି ହୋଇଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking