21.1 C
Bhubaneswar
Tuesday, February 10, 2026
Homeଓଡିଶାପୂର୍ଵତନ ଲୋକସମ୍ପର୍କ ଅଧିକାରୀଙ୍କ ପରଲୋକ

ପୂର୍ଵତନ ଲୋକସମ୍ପର୍କ ଅଧିକାରୀଙ୍କ ପରଲୋକ

ଭୂବନେଶ୍ୱର: ଆଜି କଳିଙ୍ଗ ବିହାର ସ୍ଥିତ ବାସଭବନରେ ଓଡିଶାର ପୂର୍ବତନ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଙ୍କ ର ୬୭ର୍ଷ ବୟସରେ ହ୍ରୁଦଘାତରେ ଦେହାନ୍ତ ହୋଇଯାଇ ଅଛି। ସ୍ୱର୍ଗତଃ ମହାନ୍ତି ୧୯୫୭ ମସିହାରେ କଟକ ଜିଲ୍ଲାର ସୁନ୍ଦରଗାଁ ଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ପ୍ରଥମେ ବୌଦ୍ଧ ଜିଲ୍ଲାର ଉପ ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଆଠଗଡ଼,ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରିବା ସହିତ ଖୋର୍ଦ୍ଧା ଜିଲ୍ଲାର ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ।

ସେ ଜଣେ ମେଳାପି , ନିଷ୍ଠାବାନ ଓ ଦକ୍ଷ ପ୍ରଶାସନିକ ଅଧିକାରୀ ଥିଲେ। ପୁରୀ ସ୍ବର୍ଗଦ୍ୱାର ଠାରେ ତାଙ୍କର ଶେଷକ୍ରୁତ ସମ୍ପୂର୍ଣ୍ଣ କରାଯାଇଥିଲା। ମ୍ରୁତ୍ୟୁ ସମୟରେ ତାଙ୍କର ଧର୍ମପତ୍ନୀ ଓ ଦୁଇ ଝିଅ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଆଠଗଡ଼ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନୟାଗଡ଼ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ଖୋର୍ଦ୍ଧା ର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନମନ୍ତ୍ରୀପଞ୍ଚାନନ କାନୁନଗୋ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking