24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ : ନେତାନ୍ୟାହୁ

ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ : ନେତାନ୍ୟାହୁ

ତେଲ୍ ଆଭିଭ୍‌:ଗାଜାର ସଶସ୍ତ୍ର ଶାସକ ହମାସ୍ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି । ହମାସ୍ ମୁଖ୍ୟ ୟହୟା ସିନ୍‌ୱାରଙ୍କୁ ଗୁରୁବାର ଇସ୍ରାଏଲୀ ସେନା ରକେଟ ମାଡ଼ରେ ନିପାତ କରିଥିଲା । ଶୁକ୍ରବାର ଆକ୍ରମଣ ବେଳର ଭିଡିଓ ଜାରି କରି ଇସ୍ରାଏଲ୍ ତାଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି । ଏହି ଭିଡିଓ ଜାରିର କିଛି ଘଣ୍ଟା ପରେ ନେତାନ୍ୟାହୁ ଗାଜାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ହମାସ୍ ଯଦି ଅସ୍ତ୍ର ତ୍ୟାଗ ସହ ପଣବନ୍ଦୀମାନଙ୍କୁ ମୁକ୍ତ କରିଦେବ, ତେବେ ଆସନ୍ତାକାଲି ଯୁଦ୍ଧ ବନ୍ଦ ହୋଇଯିବ । ଏହା ତାଙ୍କର ସ୍ପଷ୍ଟ ସନ୍ଦେହ ବୋଲି ସେ ଅଭିହିତ କରିଛନ୍ତି ।

୨୦୨୩ ଅକ୍ଟୋବର ୭ରେ ହମାସ୍ ଇସ୍ରାଏଲ୍ ଆକ୍ରମଣ ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଣବନ୍ଦୀ କରିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁକ୍ତ ହୋଇସାରିଥିବାବେଳେ ୨୩ ଦେଶର ଆହୁରି ୧୦୧ ଜଣ ଏବେ ମଧ୍ୟ ଆତଙ୍କବାଦୀଙ୍କ କବ୍‌ଜାରେ ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ମୁକୁଳାଇ ଆଣିବା ପାଇଁ ଯାହା ଆବଶ୍ୟକ ସବୁ କରିବା ଲାଗି ଇସ୍ରାଏଲ୍ ପ୍ରତିଶ୍ରୁତିବଦ୍ଧ । ପଣବନ୍ଦୀମାନଙ୍କୁ ମୁକ୍ତ ନ କଲେ ହମାସ୍‌କୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ନେତାନ୍ୟାହୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking