21.1 C
Bhubaneswar
Monday, February 2, 2026
Homeଅପରାଧଗଞ୍ଜେଇ କାରବାରରେ ୩ ଜଣ ଅଭିଯୁକ୍ତ ଗିରଫ

ଗଞ୍ଜେଇ କାରବାରରେ ୩ ଜଣ ଅଭିଯୁକ୍ତ ଗିରଫ

ପୁରୀ: ବିଶ୍ବ ପ୍ରସିଦ୍ଧ ହିନ୍ଦୁ ଧାମ ‘ଶ୍ରୀକ୍ଷେତ୍ର’ରେ ବ୍ୟାପକ ନିଶା ବେପାର ଚାଲିଛି। ଗଂଜେଇ ଓ ଧଳାଜହର କାରବାର ବୃଦ୍ଧି ପାଇବାରେ ଲାଗିଛି । ନିଶା ବେପାରୀଙ୍କୁ ଧରିବା ପାଇଁ ପୋଲିସ ସ୍ବତନ୍ତ୍ର ଅଭିଯାନ ଚଲାଇଛି। ତଥାପି ବେଆଇନ ଭାବେ ବେପାର କରୁଥିବା ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଆଦୌ ଖାତିର କରୁନାହାନ୍ତି। ଫଳ ସ୍ବରୂପ ପୁରୀ ପୋଲିସ ଆଜି ସ୍ବତନ୍ତ୍ର ଅଭିଯାନ ‌ବେଳେ ନିଶା ବେପାରୀମାନଙ୍କ ଠାରୁ ୪୦୪ ଗ୍ରାମ ଧଳାଜହର ଜବତ କରିଛି। ଏହି କାରବାର ସହିତ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ରହିଥିବା ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking