32.1 C
Bhubaneswar
Saturday, October 19, 2024
Homeଓଡିଶାହୁସିଆର! ଟ୍ରେନରେ ବାଣ ନେଲେ ୩ ବର୍ଷ ଜେଲ

ହୁସିଆର! ଟ୍ରେନରେ ବାଣ ନେଲେ ୩ ବର୍ଷ ଜେଲ

ଭୁବନେଶ୍ୱର: ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। ଆଉ କିଛି ଦିନ ପରେ ଦେଶବ୍ୟାପୀ ପାଳନ ହେବ ଏହି ପର୍ବ । ଯେଉଁଥିପାଇଁ ଛୁଟି କଟାଇବାକୁ ଯିବେ ଲୋକେ। ଫଳରେ ଟ୍ରେନରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ରୂପେ ସତର୍କ ଥିବାବେଳେ ଜନସାଧାରଣମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ଟ୍ରେନରେ କୌଣସି ପ୍ରକାରର ଆତସବାଜି ଓ ଫୋଟକା ପରିବହନ ଉପରେ କଟକଣା କରିଛି। ଯଦି ନଜରକୁ ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ପୂର୍ବତଟ ରେଳ ପଥ ଅଧୀନରେ ଚଳାଚଳ କରୁଥିବା ଟ୍ରେନଗୁଡିକରେ ଦହନଶୀଳ ଆତସବାଜି ସାମଗ୍ରୀର ବେଆଇନ ପରିବହନ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୂର୍ବତଟ ରେଳାପଥ । ବିଶେଷକରି ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ୟମକୁ ଜୋରଦାର କରାଯାଇଛି । ତେବେ ଏନେଇ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି , “ଯାତ୍ରୀ ପରିବହନ କରୁଥିବା ଟ୍ରେନରେ ଆତସବାଜି ବାଣ, ଫୋଟକା, ଗ୍ୟାସ ସିଲିଣ୍ଡର, ଏସିଡ୍‌, ପେଟ୍ରୋଲ, କିରୋସିନ ଏବଂ ଦହନଶୀଳ ସାମଗ୍ରୀ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଧରାପଡ଼ିଲେ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking