17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପୁଣିଥରେ ରୁଷ୍ ଗସ୍ତରେ ଯିବେ ମୋଦୀ

ପୁଣିଥରେ ରୁଷ୍ ଗସ୍ତରେ ଯିବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ରୁଷ୍‌ର କଜନ ଠାରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏଥିପାଇଁ ଭାରତକୁ ନିମନ୍ତ୍ରଣ ପଠାଇଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି। ଚଳିତ ସମ୍ମିଳନୀର ଥିମ୍ (ମୁଖ୍ୟ ବିଷୟବସ୍ତୁ) ରହିଛି ‘ବୈଶ୍ୱିକ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷବାଦକୁ ମଜଭୁତ କରିବା’। ଏହା ୧୬ ତମ ବ୍ରିକ୍ସ ସମ୍ମିଳନୀ ନେତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଯୋଗାଇବ ଯାହା ବିଶ୍ୱର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବ ବୋଲି ମତପ୍ରକାଶ ପାଇଛି।

ତେବେ ଯଦି ମୋଦୀ ବ୍ରିିକ୍ସ ସମ୍ମିଳନୀରେ ଯୋଗଦିଅନ୍ତି ତେବେ ଚଳିତ ବର୍ଷ କ୍ରମାଗତ ଦ୍ୱିତୀୟ ଥର ପାଇଁ ରୁଷ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ଜୁଲାଇ ମାସରେ ମୋଦୀ ରୁଷ୍ ଗସ୍ତ କରିଥିଲେ। ଏହି ଅବସରରେ ମୋଦୀ-ପୁତିନ୍‌ଙ୍କ ମଧ୍ୟରେ ପ୍ରଥମଥର ପାଇଁ ସାକ୍ଷାତକାର ହୋଇଥିଲା। ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏବେ ପୁଣିଥରେ ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପୂର୍ବକ ରୁଷ୍ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ବ୍ରିକ୍ସ ଦ୍ୱାରା ଆରମ୍ଭ ହୋଇଥିବା ପଦକ୍ଷେପଗୁଡିକର ଅଗ୍ରଗତିର ଆକଳନ ଏବଂ ଭବିଷ୍ୟତରେ ସହଯୋଗ ପାଇଁ ସମ୍ଭାବ୍ୟ କ୍ଷେତ୍ର ଚିହ୍ନଟ କରିବାକୁ ଏହି ସମ୍ମିଳନୀ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିବ।

୨୦୦୬ରେ ବ୍ରାଜିଲ, ରୁଷ୍‌, ଭାରତ, ଚୀନକୁ ନେଇ ଗଠିତ ହୋଇଥିବା ହୋଇଥିବ।। ବ୍ରିକ୍ସ ସଂଗଠନରେ ୨୦୧୦ରେ ଦକ୍ଷିଣ ଆଫ୍ରିକା ସାମିଲ ହୋଇଥିଲା। ସେବେଠାରୁ ଏହି ୫ ରାଷ୍ଟ୍ର ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାବେ ରହିଆସିଥିବା ବେଳେ ଏବେ ଏହାକୁ ପରିବର୍ଦ୍ଧିତ କରାଯାଇ ଏଥିରେ ଆଉ ୪ଟି ଦେଶକୁ ସାମିଲ କରାଯାଇଛି। ଏହି ଦେଶଗୁଡ଼ିକ ହେଲା ଇଜିପ୍ଟ, ଇଥିଓପିଆ, ଇରାନ ଏବଂ ୟୁଏଇ। ବିଶ୍ୱସ୍ତରରେ ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଲୋଚନା ସମ୍ମିଳନୀ ଲକ୍ଷ୍ୟ ରହିଛି। ତେବେ ଏହି ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ମଧ୍ୟ ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking