28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସାରା ପୃଥିବୀକୁ କବଳିତ କରିବ ଭୟଙ୍କର ଜଳସଂକଟ

ସାରା ପୃଥିବୀକୁ କବଳିତ କରିବ ଭୟଙ୍କର ଜଳସଂକଟ

ନୂଆଦିଲ୍ଲୀ: ଅବଗଣନା ଆରମ୍ଭ । ଆଉ ମାତ୍ର ୨୫ ବର୍ଷ । ସାରା ପୃଥିବୀକୁ କବଳିତ କରିବ ଭୟଙ୍କର ଜଳସଂକଟ । ମାନବ ଇତିହାସରେ ପ୍ରଥମଥର ପାଇଁ ଜଳଚକ୍ରରେ ପାର୍ଥକ୍ୟ ସୃଷ୍ଟି ହୋଇଥିବା ବେଳେ ଭାରତ, ଚୀନ ଭଳି ଜନବହୁଳ ଦେଶକୁ ଜଳ ସଙ୍କଟ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଜଳଚକ୍ରରେ ସୃଷ୍ଟି ହୋଇଥିବା ଏହି ବ୍ୟତିକ୍ରମ ଯୋଗୁଁ ଆଗାମୀ ୨୫ ବର୍ଷ ମଧ୍ୟରେ ବିଶ୍ୱ ଅର୍ଥନୀତି, ଖାଦ୍ୟ ଉତ୍ପାଦନ, ଜୀବନ ଏବଂ ଜୀବିକାକୁ ପ୍ରଭାବିତ କରିବ ବୋଲି ଗ୍ଲୋବାଲ କମିଶନ ଅନ ଇକୋନମିକ୍ସ ଅଫ ୱାଟର ରିପୋର୍ଟରୁ ଜଣାପଡିଛି ।

ଜଳର ସଠିକ ପ୍ରବନ୍ଧନ ଓ ଭୂତଳ ଜଳର ଉପଯୁକ୍ତ ବ୍ୟବହାର ନେଇ ନୀତି ପ୍ରଣୟନ ନହେବା ଏଥିପାଇଁ ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି । ଏବେ ବିଶ୍ୱର ପ୍ରାୟ ୩ କୋଟି ଲୋକ ଜଳସଙ୍କଟ ଭୋଗୁଥିବା ବେଳେ ମରୁଡି ଭଳି ସମସ୍ୟା ବଢିବାରେ ଲାଗିଛି । ସେହିପରି ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ସହରଗୁଡିକ ସଙ୍କୁଚିତ ହେବାରେ ଲାଗିଛି । ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିଆଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ଜଳ ସଙ୍କଟର ପ୍ରଭାବ ଏବେ ଠାରୁ ଦେଖିବାକୁ ମିଳିଥିବାରୁ ତୁରନ୍ତ ପଦକ୍ଷେପ ନନେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking