28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶହମାସ ନିପାତର ଆରମ୍ଭ : ନେତାନ୍ୟାହୁ

ହମାସ ନିପାତର ଆରମ୍ଭ : ନେତାନ୍ୟାହୁ

ତେଲ ଅଭିଭ୍‌: ଇସ୍ରାଏଲ ହମାସର ସୁପ୍ରିମ କମାଣ୍ଡର ୟାହ୍ୱା ସିନୱାରକୁ ନିପାତ କରିଛି । ଡ୍ରୋନ୍ ଆକ୍ରମଣ ମାଧ୍ୟମରେ ସିନୱାରକୁ ଇସ୍ରାଏଲ ମାରି ଦେଇଛି । କେବଳ ଏତିକି ନୁହେଁ ମୃତ୍ୟୁ ପରେ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କିଭଳି ଭାବେ ସିନୱାରକୁ ମାରି ଦିଆ ଯାଇଛି । କିଛି ଭିଡ଼ିଓ ମଧ୍ୟ ଏହାର ଭାଇରାଲ ହେଉଛି । ଏହି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବଡ଼ ଘୋଷଣା କରି କହିଛନ୍ତି,ଯଦି ହମାସ ଅସ୍ତ୍ର ଛାଡ଼ି ଦେବ ଏବଂ ସବୁ ଇହୁଦୀ ବନ୍ଧକଙ୍କୁ ମୁକ୍ତ କରି ଦେବ ତ ଯୁଦ୍ଧ ସମାପ୍ତ ହୋଇପାରେ । ସେ କହିଛନ୍ତି ଯେ, ଯଦି ହମାସ ଆମର ଏହି ପ୍ରସ୍ତାବକୁ ମାନି ନିଏ ଯୁଦ୍ଧ କାଲି ଶେଷ ହୋଇ ଯିବ । ଇସ୍ରାଏଲ ଦୋହରାଇ ଚାଲିଛି ଯେ, ଗତବର୍ଷ ୭ ଅକ୍ଟୋବରରେ ଏଠାରେ ହୋଇଥିବା ଭୟଙ୍କର ହମଲାର ମାଷ୍ଟରମାଇଣ୍ଡ ୟାହ୍ୱା ସିନୱାର ହିଁ ଥିଲା । ତାର ମୃତ୍ୟୁର ଭିଡ଼ିଓ ସେୟାର କରି ନେତାନ୍ୟାହୁ ଏକ୍ସରେ ଲେଖିଛନ୍ତି । ୟାହ୍ୱା ସିନୱାର ମରି ସାରିଛି । ତାକୁ ଆମର ସାହାସି ସୈନିକମାନେ ରାଫାରେ ମାରି ଦେଇଛନ୍ତି । ଏବେ ଏହା ଗାଜାର ଯୁଦ୍ଧ ଶେଷ ହେବାର ଟାଇମ୍ ନୁହେଁ , ବରଂ ହମାସ ନିପାତର ଆରମ୍ଭ ।

ଗାଜାରେ ଲୋକଙ୍କ ପାଇଁ ମୋର ଏକ ସିମ୍ପଲ ସନ୍ଦେସ –ଏହି ଯୁଦ୍ଧ ତ କାଲି ଶେଷ ହୋଇପାରେ । ଯଦି ହମାସ ଅସ୍ତ୍ରକୁ ପକାଇ ଦେବ ଏବଂ ବନ୍ଧକ କରି ରଖି ଥିବା ଆମ ଲୋକଙ୍କୁ ଛାଡ଼ି ଦେବ । ସିନୱାରକୁ ମାରିବା ସହ ଇସ୍ରାଏଲ ଦାବି କରିଛି କି ଆଉ ଦୁଇ ଆତଙ୍କୀଙ୍କୁ ମୃତ୍ୟୁ ହୋଇଛି । ପିଏମ୍ ନେତାନ୍ୟାହୁ ଦାବି କରିଛନ୍ତି କି, ହମାସ ଏବେ ବି ଗାଜାରେ ୧୦୧ ଇସ୍ରାଏଲ ଲୋକଙ୍କୁ ବନ୍ଧକ କରି ରଖିଛି । ଏଥିରୁ ଅନେକ ନାଗରିକ ୨୩ଟି ଅଲଗା ଅଲଗା ଦେଶର ରହିଛନ୍ତି । ଇସ୍ରାଏଲ ଏହି ସବୁ ଲୋକଙ୍କୁ ଘରକୁ ଫେରାଇ ଆଣିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଆମେ ସବୁ ବନ୍ଧକଙ୍କୁ ସୁରକ୍ଷିତ ମୁକ୍ତ କରିବାକୁ ଗାରେଣ୍ଟି ଦେଉଛୁ । ସେ ହମାସ ଆତଙ୍କୀଙ୍କୁ ଚେତାବନୀ ଦେଇ କହିଛନ୍ତି କି, ଇସ୍ରାଏଲ ନ୍ୟାୟ କରିବାରେ ବିଶ୍ୱାସ ରଖେ । ଆମେ ଏମିତି କୌଣସି ବ୍ୟକ୍ତିଙ୍କୁ ଛାଡ଼ିବୁ ନାହିଁ, ଯିଏକି ଆମର ଲୋକଙ୍କ ଉପରେ ଅତ୍ୟାଚାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking