28.1 C
Bhubaneswar
Friday, October 18, 2024
Homeଅପରାଧଝିଅ ଆଗରେ ସ୍ତ୍ରୀର ଗଳା କାଟିଦେଲେ ସ୍ୱାମୀ

ଝିଅ ଆଗରେ ସ୍ତ୍ରୀର ଗଳା କାଟିଦେଲେ ସ୍ୱାମୀ

ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ୱାମୀ ଛୋଟ ଝିଅ ଆଗରେ ବ୍ଲେଡରେ କାଟି ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳାଙ୍କୁ ପ୍ରଥମେ କାଲିମେଳା ପରେ ମାଲକାନଗିରି ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡ଼ିନାହିଁ । ମୋନିକାଙ୍କ ସମ୍ପର୍କୀୟ ଏ ନେଇ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ପରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୋନିକାଙ୍କ ବୟାନ ରେକର୍ଡ ପରେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିବ । ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତ ।

ସୂଚନା ଅନୁଯାୟୀ, ଏମ୍‌ପିଭି ୨୩ ଗ୍ରାମର ଗଣେଶ ମିସ୍ତ୍ରିଙ୍କ ଝିଅ ମୋନିକାଙ୍କୁ ଏମ୍‌ଭି ୬୬ ଗ୍ରାମର ମିଲନ ମିର୍ଦ୍ଧାଙ୍କ ପୁଅ ବିଭାସ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ୧୦ ବର୍ଷର ପୁଅ ଏବଂ ୪ ବର୍ଷର ଝିଅ ଅଛନ୍ତି କ୍ଷ ବିବାହର କିଛିଦିନ ପରେ ମୋନିକାଙ୍କୁ ସ୍ୱାମୀ ଏବଂ ପରିବାର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏଥିସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ପାରିବାରିକ ଅଶାନ୍ତି ଲାଗି ରହିବା ଯୋଗୁ ମୋନିକା ପ୍ରାୟ ବର୍ଷେ ହେଲା ଝିଅକୁ ନେଇ ବାପଘର ଏମ୍‌ପିଭି ୨୩ ଗ୍ରାମରେ ରହୁଥିଲେ । ବୁଧବାର ସକାଳେ ମୋନିକା ତାଙ୍କ ମା’ ସୁବାସିନୀ ଏବଂ ଝିଅ ସହ ଘରେ ଥିବା ସମୟରେ ବିଭାସ ସେଠାରେ ପହଞ୍ଚି ସ୍ତ୍ରୀ ମୋନିକାଙ୍କ ସହ ଝଗଡ଼ାକରି ମାରିବା ଉଦ୍ଦେଶ୍ୟରେ ଏକ ବ୍ଲେଡରେ ତାଙ୍କ ଗଳା କାଟି ଦେଇଥିଲେ । ପରେ ପରିବାର ଲୋକେ ମୋନିକାଙ୍କୁ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତାଙ୍କର ରକ୍ତସ୍ରାବ ଅଧିକ ହୋଇଥିବାରୁ ସେ ଗୁରୁତର ହୋଇପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking