– ଓଡ଼ିଆ ଅସ୍ମିତା ସ୍ଲୋଗାନ ଏକ ଧୋକା, ଏକ ପ୍ରବଞ୍ଚନା
– ରାଜ୍ୟସରକାରଙ୍କ ଆନ୍ତରିକତା ଅଭାବ ଯୋଗୁହବିଷ୍ୟାଳିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
ଭୁବନେଶ୍ୱର : ପବିତ୍ରକାର୍ତ୍ତିକମାସରେହଜାରହଜାରହବିଷ୍ୟାଳି ପୁରୀରେରହିଜଗନ୍ନାଥଙ୍କୁ ଦର୍ଶନ କରିବାର ଏକ ଅନନ୍ୟ ପରମ୍ପରାରହିଥିବାବେଳେଏବର୍ଷ ପୁରୀକୁ ଆସିଥିବା ହବିଷ୍ୟାଳିମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥାକରାଯାଇ ନଥିବା ଅଭିଯୋଗ କରି ଆଜି ବିଜୁଜନତା ଦଳ ରାଜ୍ୟବିଜେପିସରକାରଉପରେବର୍ଷିଛି । ବିଜୁଜନତା ଦଳରମୁଖ୍ୟାଳୟଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳରମୁଖପାତ୍ରଡ.ଲେଖାଶ୍ରୀସାମନ୍ତସିଂହାରକହିଲେ, ହବିଷ୍ୟାଳିମାନଙ୍କୁ ଅଣଦେଖା କରିବା ଓ ସେମାନଙ୍କସୁବିଧା ଅସୁବିଧା ନବୁଝିବା ଅତ୍ୟନ୍ତ ଦୁଃଖ ଓ ପରିତାପରବିଷୟ । ଅପରପକ୍ଷରେ, ବିଭାଗୀୟମନ୍ତ୍ରୀମନ୍ତବ୍ୟ ଦେଇଛନ୍ତି, କେବଳ ଅନଲାଇନରେ ପଞ୍ଜିକୃତକରିଥିବାମହିଳାମାନଙ୍କ ପାଇଁସରକାରଙ୍କତରଫରୁବ୍ୟବସ୍ଥାକରାଯାଉଛି ।ହବିଷ୍ୟାଳିମାନେ ପ୍ରାପ୍ତ ବୟସ୍କହୋଇଥିବାବେଳେସେମାନଙ୍କୁଏପରିହଇରାଣହେବା ପାଇଁଛାଡ଼ିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକବିଷୟ ।
ଡ. ସାମନ୍ତସିଂହାରକହିଥିଲେ, ହବିଷ୍ୟାଳିମାନଙ୍କସୁବିଧା ନିମନ୍ତେ, ତତ୍କାଳୀନ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରୀରେ ୩୯ କୋଟିଟଙ୍କାବ୍ୟୟରେବୃନ୍ଦାବତୀଭବନ ନିର୍ମାଣହୋଇଛି ।ଗତବର୍ଷ, ୩୫୦୦ରୁ ଉର୍ଦ୍ଧ୍ୱହବିଷ୍ୟାଳିଙ୍କୁରଖିବା ପାଇଁସରକାରବ୍ୟବସ୍ଥାକରିଥିଲେ ।ଏବର୍ଷମାତ୍ର ୨୫୦୦ ହବିଷ୍ୟାଳିଙ୍କ ପାଇଁବ୍ୟବସ୍ଥାକରାଯାଇଛି । ଫଳରେହଜାରହଜାରହବିଷ୍ୟାଳିବାର ଦୁଆରଶୁଣ୍ଡି ପିଣ୍ଡାହେଉଛନ୍ତି ।ଏମାନଙ୍କଭିତରୁ ଅଧିକାଂଶ ପ୍ରାପ୍ତ ବୟସ୍କହୋଇଥିବାରୁ, ସେମାନଙ୍କ ପାଇଁରହିବା, ଖାଇବା, ଶ୍ରୀମନ୍ଦିର ଯିବା ଆସିବା କରିବା ପାଇଁବ୍ୟବସ୍ଥାକରିବା ଓ ଜଗନ୍ନାଥ ଦର୍ଶନ କରିବାଇତ୍ୟାଦି ରାଜ୍ୟସରକାରଙ୍କଦାୟିତ୍ୱ । କିନ୍ତୁ, ସେମାନଙ୍କୁ ଅସୁବିଧାରେ ପଡ଼ିବାକୁଛାଡ଼ିଦେଇ ସରକାର ନିଦାବିଷ୍ଣୁ ସାଜିଛନ୍ତି ।ପୂର୍ବସରକାରଙ୍କସମୟରେସମସ୍ତହବିଷ୍ୟାଳିଙ୍କ ପାଇଁ ଏଇ ସମସ୍ତସୁବିଧା ଯୋଗାଇ ଦିଆଯାଉଥିଲା ।ଏହିଘଟଣାରେବର୍ତ୍ତମାନରସରକାରଙ୍କଅପାରଗ ପଣିଆଏବେ ପଦାରେ ପଡିଛି । ରାଜ୍ୟସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁହବିଷ୍ୟାଳିମାନେ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତିବୋଲିଡ.ସାମନ୍ତସିଂହାରକହିଥିଲେ ।
ଓଡ଼ିଆ ଆସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପିସରକାରଓଡ଼ିଆ ପରମ୍ପରାକୁ ସମ୍ମାନ ଜଣାଇହଜାରହଜାରହବିଷ୍ୟାଳିମାମାନଙ୍କୁ ଆବଶ୍ୟକ ସୁବିଧା ପ୍ରଦାନ ନକରିବାବିଜେପିରଓଡ଼ିଆ ଅସ୍ମିତା ଏକ ଧୋକାବାପ୍ରବଞ୍ଚନାରେ ପରିଣତହୋଇଛି । ପବିତ୍ରକାର୍ତ୍ତିକମାସରେଓଡ଼ିଶାରନୌବାଣିଜ୍ୟ ପରମ୍ପରାସାଙ୍ଗକୁହବିଷ୍ୟାଳିଙ୍କଶ୍ରୀକ୍ଷେତ୍ରରେରହିଜଗନ୍ନାଥ ଦର୍ଶନ କରି ପୁଣ୍ୟ ଅର୍ଜନ କରିବାର ଏକ ଅନନ୍ୟ ପରମ୍ପରାରହିଛି ଯାହାସେମାନଙ୍କୁମୋକ୍ଷପ୍ରାପ୍ତିକରାଏବୋଲିବିଶ୍ୱାସରହିଛି । ଏପରି ପବିତ୍ର ପରମ୍ପରାକୁ ସମ୍ମାନ ନଜଣାଇବା, ଓଡ଼ିଆ ଅସ୍ମିତା ପ୍ରତିକୁଠାରଘାତସଦୃଶ୍ୟବୋଲିଡ.ସାମନ୍ତସିଂହାରକହିଥିଲେ ।