24.1 C
Bhubaneswar
Thursday, December 18, 2025
Homeଓଡିଶାକଟକରେ ଭୁସୁଡ଼ିଲା ତୋରଣ

କଟକରେ ଭୁସୁଡ଼ିଲା ତୋରଣ

କଟକ: କଟକ ଖାନ ନଗରରେ ଭୁଶୁଡ଼ି ପଡ଼ିଛି ଦୁର୍ଗା ପୂଜା ପାଇଁ ନିର୍ମିତ ହୋଇଥିବା ତୋରଣ। ନେତାଜୀ ବସ୍ ଟର୍ମିନାଲ ନିକଟରେ ଏହି  ସୁଉଚ୍ଚ ତୋରଣଟି ଭୁଶୁଡ଼ି ପଡ଼ିଛି। ତୋରଣ ତଳେ ଗୋଟିଏ କାର୍ ଓ ୩ଟି ବାଇକ୍ ଚାପି ହୋଇ ରହିଥିବା ସୂଚନା ରହିଛି। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷତି ଘଟି ନାହିଁ।

ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଜେସିବି ସାହାଯ୍ୟରେ ସୁଉଚ୍ଚ ତୋରଣଟି ଉଠାଇବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ତୋରଣଟି କିପରି ଭୁଶୁଡ଼ିଲା ତାର କାରଣ ଜଣାପଡ଼ିନାହିଁ। ତୋରଣରେ ନିର୍ମାଣ ବେଳେ କିଛି ତ୍ରୁଟି ଥିଲା କି ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking