30.1 C
Bhubaneswar
Wednesday, February 11, 2026
Homeଓଡିଶାକଟକ -ପୁରୀ ବାଇପାସ ରୋଡରେ ଗଜଲକ୍ଷ୍ମୀ ପୂଜା

କଟକ -ପୁରୀ ବାଇପାସ ରୋଡରେ ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର: ବିରାଜିଲେ ଧନଦାତ୍ରୀ ମାଆ ଲକ୍ଷ୍ମୀ । ଭୁବନେଶ୍ଵର ସମେତ ସାରା ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜିଲେ ମାଆ ଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜାର ପ୍ରଥମ ଦିନରେ ରାତି ପ୍ରାୟ ୯ଟା ପରେ ମାଙ୍କର ମୃଣୟୀ ପ୍ରତିମା ପରମ୍ପରା ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ଭୁବନେଶ୍ଵରସହର । ମାଙ୍କର ମୃଣ୍ମୟୀ ମୂର୍ତ୍ତି ୩ଦିନ ଧରି ପୂଜା ପାଇବେ । ଉତ୍ସବ ମୁଖର ହୋଇଛି ପୁରୀ ବାଇପାସ ରୋଡ ଥିବା ନୂତନ ଭିଲ୍ଳା ଦେବୀ ମଣ୍ଡପ। । ମା’ ଗଜଲକ୍ଷ୍ମୀଙ୍କ ଆଗମନକୁ ନେଇ ସଜେଇ ହୋଇଛି ସାରା ସହର ।

ସେହିପରି କଟକ -ପୁରୀ ବାଇପାସ ରୋଡ ଥିବା ନୂତନ ଭିଲ୍ଳା ଦେବୀ ମଣ୍ଡପଠାରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଆରାଧ୍ୟ ଦେବୀ ଲକ୍ଷ୍ମୀ ମା’ଙ୍କ ଗଜଲକ୍ଷ୍ମୀ ପୂଜା ଉତ୍ସବ ଯଥାବିଧ ଭାବେ ୩ଦିନ ଧରି ମହାସମାରୋହରେ ପାଳିତ ହେଉଅଛି। ଏହି ପୂଜାକୁ ବିଜେପି ଯୁବ କାର୍ଯ୍ୟକାରିତା ସଭାପତି ଶ୍ରୀଯୁକ୍ତ ନଳିନୀକାନ୍ତ ମହାନ୍ତି,ତାଙ୍କର ପିତା ତାରୁଣାକାନ୍ତ ମହାନ୍ତିଙ୍କ ସମେତ ବହୁମାନ୍ୟଗଣ ବ୍ୟକ୍ତି ପରିଚାଳନା କରୁଛନ୍ତି । ପୂଜାରେ ପ୍ରାୟ ୨୦୦୦ ରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିସହ ଭଜନ ସମାରୋହ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking