28.1 C
Bhubaneswar
Friday, October 18, 2024
Homeଓଡିଶାବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଚାହୁଁନଥିଲେ ପାଣ୍ଡିଆନ୍ : ପ୍ରସନ୍ନ ପାଟ୍ଟଣାଶୀ

ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଚାହୁଁନଥିଲେ ପାଣ୍ଡିଆନ୍ : ପ୍ରସନ୍ନ ପାଟ୍ଟଣାଶୀ

ଭୁବନେଶ୍ୱର : ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଣାଶୀଙ୍କ ବଡ଼ ଖୁଲାସା । ଭି.କେ ପାଣ୍ଡିଆନ୍‌ଙ୍କୁ ନେଇ ଅନେକ ଗୁମର ଖୋଲିଛନ୍ତି। ସେ କହିଛନ୍ତି ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଚାହୁଁନଥିଲେ ପାଣ୍ଡିଆନ୍ । ମୁଁ କାହିଁକି ସଂସଦରେ ବିଜୁଙ୍କୁ ଭାରତ ରତ୍ନ ଦାବି କଲି ବୋଲି ପାଣ୍ଡିଆନ ମୋତେ ପଚାରିଥିଲେ । ସଂସଦରେ କାହିଁକି ପଚାରିଲି ବୋଲି ମୋତେ ଫୋନ୍ କରି ତାଗିଦ କରିଥିଲେ । ତୁମର କ’ଣ ଦରକାର ଥିଲା। ତୁମେ କାହିଁକି ଏକଥା ଉଠାଇଲ ବୋଲି ମୋତେ କହିଥିଲେ ଭିକେ ପାଣ୍ଡିଆନ୍‌।

ସେହିଭଳି ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ । ପାଣ୍ଡିଆନ ବିରୋଧ କରିଥିବା ଖୋଲାଖୋଲି କହିଲେ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି, ‘ମୋତେ କହିଲେ ତୁମେ କାହିଁକି କହୁଥିଲ ଗୀତାଙ୍କୁ ରାଜ୍ୟସଭା ପଠାଇବାକୁ। ଏନେଇ ମୋତେ ଫୋନ୍ କରି ତାଗିଦ କଲେ, ମୁଁ ତ ଚକିତ ହୋଇଗଲି’ ବୋଲି ପ୍ରସନ୍ନ ପଟ୍ଟଶାଣୀ କହିଛନ୍ତି । ସେହିଭଳି ନବୀନ ଆଉ ଆଗ ଭଳି ନାହାନ୍ତି ଏବଂ ପ୍ୟାରି ଓ ପାଣ୍ଡିଆନଙ୍କ ଭିତରେ ଅନେକ ଫରକ ରହିଛି ବୋଲି ଖୋଲାଖୋଲି ଭାବେ କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking