19.1 C
Bhubaneswar
Tuesday, February 10, 2026
Homeଖେଳବିରାଟ କୋହଲିଙ୍କ କ୍ଲବ୍‌ରେ ଜୋ ରୁଟ୍

ବିରାଟ କୋହଲିଙ୍କ କ୍ଲବ୍‌ରେ ଜୋ ରୁଟ୍

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର୍ ବ୍ୟାଟର୍ ଜୋ ରୁଟ୍‌ଙ୍କୁ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନର ଫଳ ମିଳିଛି। ଭାରତୀୟ ଟିମ୍‌ର ମହାନ୍ ବ୍ୟାଟର୍ ବିରାଟ କୋହଲିଙ୍କ ସହ ସେ ଆଇସିସିର ସର୍ବକାଳୀନ ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ ୨୦ରେ ସାମିଲ ହୋଇଛନ୍ତି। ରୁଟ୍ ଟେଷ୍ଟ ଇତିହାସ ଏବଂ ନିଜ କ୍ୟାରିୟର୍‌ର ସର୍ବଶ୍ରେଷ୍ଟ ର‌୍ୟାଙ୍କିଙ୍ଗ୍ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ୨୬୨ ରନ୍‌ର ଚମତ୍କାର ଇନିଂସ୍ ଖେଳି ରୁଟ୍ ନିଜର ର‌୍ୟାଙ୍କିଙ୍ଗ୍‌ରେ ସୁଧାର କରିବା ସଙ୍ଗେ ସଙ୍ଗେ ୯୩୨ ରେଟିଂ ପଏଣ୍ଟ ସହ ସର୍ବକାଳୀନ ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ୧୭ତମ ସ୍ଥାନ ହାସଲ କରିଛନ୍ତି।

ଟେଷ୍ଟ ଇତିହାସରେ କେବଳ ୧୬ ଜଣ ଖେଳାଳି ରୁଟ୍‌ଙ୍କଠାରୁ ଅଧିକ ର‌୍ୟାଙ୍କିଙ୍ଗ୍ ହାସଲ କରିଛନ୍ତି। ବିରାଟ କୋହଲିଙ୍କ ବ୍ୟତୀତ ଏହି କ୍ଲବ୍‌ରେ ଡନ୍ ବ୍ରାଡ୍‌ମ୍ୟାନ୍‌, ରିକି ପଣ୍ଟିଂ ଏବଂ ଲେନ୍ ହଟନ୍‌ଙ୍କ ପରି ମହାନ୍ ବ୍ୟାଟର୍ ସାମିଲ ଅଛନ୍ତି। ତାଲିକାର ଶୀର୍ଷରେ ଡନ୍ ବ୍ରାଡ୍‌ମ୍ୟାନ୍ ଥିବାବେଳେ ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍ କୋହଲି ୯୩୭ ପଏଣ୍ଟ ସହ ୧୨ଶ ସ୍ଥାନରେ ରହିଛନ୍ତି। ଏହା ସହିତ ଇଂଲିଶ୍ ବ୍ୟାଟର୍ ପୁରୁଷ ଟେଷ୍ଟ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନରେ ରହିଛନ୍ତି। ସେହିପରି ତ୍ରିଶତକୀୟ ଇନିଂସ୍ ଖେଳିଥିବା ତାଙ୍କ ସାଥୀ ଖେଳାଳି ହ୍ୟାରୀ ବ୍ରୁକ୍ ୧୧ ସ୍ଥାନର ଉନ୍ନତି ସହିତ ତୃତୀୟରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୮୨୯ ରହିଛି। ଅନ୍ୟପକ୍ଷରେ ଭାରତୀୟ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍‌ଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି। ସେହିପରି କୋହଲି ୭୨୪ ରେଟିଂ ପଏଣ୍ଟ ସହ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking