30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଭାରତ ସହ ବିବାଦ ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ବିରୋଧ

ଭାରତ ସହ ବିବାଦ ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ବିରୋଧ

ନୂଆଦିଲ୍ଲୀ: ଭାରତ ସହ କାନାଡ଼ା ମଧ୍ୟରେ ବିବାଦ ଦେଖାଦେଇଥିବାବେଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ନିଜ ଦେଶରେ ବିରୋଧର ସାମ୍ମା କରିବାକୁ ପଡ଼ିଛି। ତାଙ୍କ ସାଂସଦ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ଅସନ୍ତୁଷ୍ଟ ଲିବରାଲ୍ ସାଂସଦ ଗୋଷ୍ଠୀମାନେ ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଦୀର୍ଘ ଦିନର ଲିବରାଲ୍ ସାଂସଦ ସିନ କେସି ଟ୍ରୁଡୋଙ୍କୁ ସର୍ବସାଧାରଣରେ ସମାଲୋଚନା କରିଛନ୍ତି।

ସିବିସି ନ୍ୟୁଜ୍ ନେଟୱାର୍କର ଡେଭିଡ କୋକ୍ରେନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଉଚ୍ଚ ସ୍ୱରରେ ଯେଉଁ ବାର୍ତ୍ତା ଦେଉଛି ତାହା ସ୍ପଷ୍ଟ ଏବଂ ସମୟ ଯେତିକି ପାଖେଇ ଆସୁଛି ଟ୍ରୁଡୋଙ୍କ ଯିବାର ସମୟ ଆସୁଛି ଏବଂ ମୁଁ ଏଥିରେ ସହମତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରୁଡୋ ଇସ୍ତଫା ଦେବା ଉଚିତ୍‌। କାରଣ ସେ ଭୋଟର୍‌ଙ୍କଠାରୁ ଶୁଣିଛନ୍ତି ଯେ ସେମାନେ ତାଙ୍କୁ (ପ୍ରଧାନମନ୍ତ୍ରୀ) ଅଣଦେଖା କରିଛନ୍ତି ଏବଂ ସେ ଚାଲିଯିବାକୁ ଚାହୁଁଛନ୍ତି।

ସେ କହିଛନ୍ତି ଯେ ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟରମାନେ ଟ୍ରୁଡୋଙ୍କୁ ଅଣଦେଖା କରିଛନ୍ତି। ସେହି ବାର୍ତ୍ତାଳାପରେ ସେ କହିଛନ୍ତି ଯେ ବିଗତ ନଅ ବର୍ଷ ମଧ୍ୟରେ ଟ୍ରୁଡୋଙ୍କ କାର୍ଯ୍ୟ ପ୍ରକୃତରେ ପରିବର୍ତ୍ତନଶୀଳ ହୋଇଥିଲେ ମଧ୍ୟ ଭୋଟରମାନେ ତାଙ୍କ କଥା ଶୁଣୁନାହାଁନ୍ତି। କେସି ପ୍ରଥମ ସାଂସଦ ଅଟନ୍ତି, ଯିଏ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ନିର୍ବାଚନ ପୂର୍ବରୁ ଇସ୍ତଫା ଦେବା ଏବଂ ଲିବରାଲ୍ ମାନଙ୍କୁ ଲଢିବାକୁ ସୁଯୋଗ ଦେବା ପାଇଁ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ସାଂସଦ ତାଙ୍କ ଇସ୍ତଫା ଦାବି କରିଛନ୍ତି କିନ୍ତୁ ଏହାକୁ ସର୍ବସାଧାରଣରେ କେହି କହି ନାହାଁନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking