29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶବିଭିନ୍ନ ଖାଦ୍ୟ ଶସ୍ୟର ଏମଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର

ବିଭିନ୍ନ ଖାଦ୍ୟ ଶସ୍ୟର ଏମଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି ବୃଦ୍ଧି ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଆସନ୍ତା ୨୦୨୫-୨୬ ସିଜିନ ପାଇଁ ବିଭିନ୍ନ ପ୍ରକାରର ରବି ଫସଲର ଏମଏସ୍‌ପି ବୃଦ୍ଧି କରାଯାଇଛି। ଚାଷୀଙ୍କ ଆୟବୃଦ୍ଧି ଓ ରବି ଋତୁରେ ଫସଲ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଚାଷୀମାନେ ନିଜ ଉତ୍ପାଦ ଉପରେ ଯେମିତି ଉପଯୁକ୍ତ ଦାମ ପାଇ ପାରିବେ, ତା’କୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ରବି ଋତୁର ପ୍ରମୁଖ ଫସଲ ଗହମର ଏମଏସପି କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ହୋଇଛି। ଏହାର ଅର୍ଥ ଚାଷୀମାନେ ଏଣିକି ଗହମ କ୍ୱିଣ୍ଟାଲ ପିଛା ୨୪୨୫ ଟଙ୍କାରେ ବିକ୍ରି କରିପାରିବେ। ପୂର୍ବରୁ ସେମାନେ କ୍ୱିଣ୍ଟାଲ ପିଛା ୨୨୭୫ ଟଙ୍କା ପାଉଥିଲେ। ଦେଶର ବିଭିନ୍ନ ପ୍ରାନ୍ତରେ ଚାଷୀମାନେ ରବି ଋତୁରେ ଗହମ ଉତ୍ପାଦନ କରୁଛନ୍ତି। ତେଣୁ ଏହା ସେମାନଙ୍କୁ ବେଶ ଫାଇଦା ଦେବ। ବିଶେଷ କରି ଉତ୍ତର ଭାରତରେ ଅଧିକାଂଶ ଚାଷୀ ଗହମ ଚାଷ କରିଥାଆନ୍ତି।

କେନ୍ଦ୍ର ସରକାର ସୋରିଷର ଏମଏସ୍‌ପି ମଧ୍ୟ ବୃଦ୍ଧି କରିଛନ୍ତି। ଏବେ ସୋରିଷରେ ଚାଷୀମାନେ କ୍ୱାଣ୍ଟାଲ ପିଛା ଅଧିକ ୩୦୦ ଟଙ୍କା ଏମଏସ୍‌ପି ଆକାରରେ ପାଇବେ। ପୂର୍ବରୁ ସେମାନେ ସୋରିଷ କ୍ୱିଣ୍ଟାଲ ପିଛା ୫୬୫୦ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଏବେ ସେମାନଙ୍କୁ ୫୯୫୦ ଟଙ୍କା ମିଳିବ। ସୋରିଷ ସାଧାରଣତଃ ରାଜସ୍ଥାନ, ହରିୟାଣା ଓ ମଧ୍ୟପ୍ରଦେଶରେ ଅଧିକ ଉତ୍ପାଦନ ହୋଇଥାଏ। ସୋରିଷ ଉଭୟ ଚାଷୀ ଓ ଗ୍ରାହକଙ୍କ ପାଇଁ ଗୋଟିଏ ପ୍ରମୁଖ ତୈଳମଞ୍ଜି ଫସଲ। ଅଧିକ ପରିମାଣର ଏମଏସପି ଦ୍ୱାରା ଚାଷୀମାନେ ଏହି ପ୍ରମୁଖ ଫସଲ ଅଧିକରୁ ଅଧିକ ଉତ୍ପାଦନ କରିବାକୁ ପ୍ରୋତ୍ସାହିତ ହେବେ। ରବି ଋତୁର ଅନ୍ୟତମ ଫସଲ ଚଣାର ଏମଏସ୍‌ପି ମଧ୍ୟ କେନ୍ଦ୍ର ସରକାର ବଢ଼ାଇଛନ୍ତି। ଚଣାର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୨୧୦ ଟଙ୍କା ବଢ଼ିଛି। ଚାଷୀମାନେ ଏବେ କ୍ୱିଣ୍ଟାଲ ପିଛା ୫୬୫୦ ଟଙ୍କା ପାଇବେ। ଚଣା ହେଉଛି ଭାରତର ପ୍ରମୁଖ ଡାଲି ଜାତୀୟ ଖାଦ୍ୟ ଶସ୍ୟ। ସମଗ୍ର ଦେଶରେ ଚଣାର ଚାହିଦା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking