33.1 C
Bhubaneswar
Wednesday, October 16, 2024
Homeଓଡିଶାଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ପଞ୍ଜିକରଣ, ୨୫ ଯାଏ ଚାଲିବ

ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ପଞ୍ଜିକରଣ, ୨୫ ଯାଏ ଚାଲିବ

କଟକ : ନଭେମ୍ବର ୧୫ରୁ ଆରମ୍ଭ ହେବ ବାଲିଯାତ୍ରା । ଏନେଇ ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ପଞ୍ଜିକରଣ । ଅକ୍ଟୋବର ୨୫ ତାରିଖ ଯାଏ ଚାଲିବ ଏହି ପଞ୍ଜିକରଣ ପ୍ରକ୍ରିୟା । ହାଇବ୍ରିଡ଼ ଏବଂ ଅନଲାଇନରେ ପଞ୍ଜିକରଣ ହେବ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ପଞ୍ଜିକରଣରେ ୧୦ଟି ଟିମ ନିୟୋଜିତ ରହିଛନ୍ତି । ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ ବ୍ୟବସାୟୀ । କଟକ ବାରବାଟୀ ପ୍ୟାଲେସରେ ଚାଲିଛି ପଞ୍ଜିକରଣ । ଅକ୍ଟୋବର ୨୭ରୁ ଆରମ୍ଭ ହେବ ପ୍ଲଟ ନିଲାମ ।

ଏହାବ୍ୟତୀତ ରେଜିଷ୍ଟ୍ରେସନ ପାଇଁ ଉଦିଷ୍ଟ ଅନଲାଇନ ୱେବ ସାଇଟ୍‌ରେ ଘରେ ବସି ବ୍ୟବସାୟୀ ପଞ୍ଜିକରଣ କରିପାରିବେ ବୋଲି କହିଛନ୍ତି ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ । ଚଳିତବର୍ଷ ୧୧୦୦ ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବ । କିପରି ଭାବରେ ଜମି ପଞ୍ଜିକରଣ ଓ ନିଲାମ ବା ଆବଣ୍ଟନ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଦିଗ ଉପରେ ନଜର ଦିଆଯାଇଥିବା କହିଛନ୍ତି ଜିଲା ସଂସ୍କୃତି ଅଧିକାରୀ । ଗତ ବର୍ଷ ୯୦୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜିକରଣ କରିଥିଲେ । କିନ୍ତୁ ଚଳିତବର୍ଷ ଏହା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking