31.1 C
Bhubaneswar
Saturday, March 21, 2026
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଯାଜପୁର: ଧର୍ମଶାଳା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରଥିଆ ନିକଟରେ ମଙ୍ଗଳବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କଣ୍ଟେନର ପଛରେ ପିଟି ହୋଇ ୨ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ସାଲିଆ ସାହି ଅଧୀନ ସ୍ବାଧୀନ ନଗର ନିବାସୀ ରବୀନ୍ଦ୍ର କୁମାର ସିଂ (୩୪) ଓ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ବଲନସାମିଲା ଗାଁର ବୁଲୁ ସିଂ (୨୫)।  ସୂଚନା ଅନୁସାରେ ବାଇକ୍‌ ଆରୋହୀ ରବୀନ୍ଦ୍ର ଓ ବୁଲୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ରଥିଆ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ସେମାନେ ଏକ କଣ୍ଟେନରକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲ‌ା। ଅନ୍ୟ ଜଣକୁ ସଙ୍କଟାପନ୍ନ ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ଘଟଣାସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking