29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶବଢିଲା ସଲମାନ ଖାନଙ୍କ ସୁରକ୍ଷା, ମିଳିଲା ଓ୍ୱାଇ ପ୍ଲସ ସିକ୍ୟୁରିଟି

ବଢିଲା ସଲମାନ ଖାନଙ୍କ ସୁରକ୍ଷା, ମିଳିଲା ଓ୍ୱାଇ ପ୍ଲସ ସିକ୍ୟୁରିଟି

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିକୁ ହତ୍ୟା ପରେ ବଢିଲା ସଲମାନ ଖାନଙ୍କ ସୁରକ୍ଷା । ସଲମାନଙ୍କୁ ଓ୍ୱାଇ ପ୍ଲସ ସିକ୍ୟୁରିଟି ମିଳିଛି । ୧୨ ଅକ୍ଟୋବରରେ ସିଦ୍ଦିକିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷାକୁ ନେଇ ନଭୀ ମୁମ୍ବାଇ ପୋଲିସ ଆଲର୍ଟ ମୋଡରେ ରହିଛି ।

ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ବାବା ସିଦ୍ଦିକି ଖୁବ ନିକଟତର ଥିଲେ । ସଲମାନ ଖାନଙ୍କ ଫାର୍ମ ହାଉସରେ ମଧ୍ୟ ସୁରକ୍ଷା ବଢାଯାଇଛି । ସଲମାନଙ୍କ ନଭୀ ମୁମ୍ବାଇ ପନଭେଲ ଫାର୍ମ ହାଉସକୁ ଯିବାକୁ ଏକ ଗାଁ ରାସ୍ତା ପଡିଥାଏ । ତେଣୁ ସମସ୍ତ ଏଜେନ୍ସୀ ଆଲର୍ଟ ମୋଡରେ ରହିଛି । କଳା ହରିଣ ହତ୍ୟା ମାମଲାକୁ ନେଇ ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ଥିଲେ ସଲମାନ । ସଲମାନଙ୍କ ସହ ସିଦ୍ଦିକିଙ୍କ ବନ୍ଧୁତ୍ୱ ପାଇଁ ଲରେନ୍ସ ଆଗରୁ ସିଦ୍ଦିକିଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲା ।

ବାବା ସିଦ୍ଦିକିଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯିବା ପରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ସିଦ୍ଦିକିଙ୍କୁ ହତ୍ୟା ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପୂର୍ବରୁ ଧମକ ଦେଇଥିଲା । ସେପଟେ ମଧ୍ୟ ମୁନୱାରଙ୍କୁ ଟାର୍ଗେଟ କରାଯାଇଥିଲା । ସେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ । ମାତ୍ର କିଛି ଗ୍ୟାଙ୍ଗଷ୍ଟର୍ ତାଙ୍କୁ ସେଠାରେ ଟାର୍ଗେଟ କରିଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking