29.1 C
Bhubaneswar
Wednesday, October 16, 2024
Homeଓଡିଶାମାଆ ଜଗତଜନନୀ ଦୁର୍ଗାଙ୍କ ଭସାଣ ଉତ୍ସବ, ବିକଟାଳ ବାଜିଲେ ଡିଜେ ସିଜ୍‌

ମାଆ ଜଗତଜନନୀ ଦୁର୍ଗାଙ୍କ ଭସାଣ ଉତ୍ସବ, ବିକଟାଳ ବାଜିଲେ ଡିଜେ ସିଜ୍‌

ଭୁବନେଶ୍ୱର : ଭୁବନେଶ୍ବରରେ ଆଜି ମାଆ ଜଗତଜନନୀ ଦୁର୍ଗାଙ୍କ ଭସାଣ ଉତ୍ସବ । ହେଲେ ଚଳିତବର୍ଷ ବିନା ଡିଜେରେ ମାଆଙ୍କ ଭସାଣ ପାଇଁ ସରକାର ଘୋଷଣା କରିଥିଲେ । ଅର୍ଥାତ ଭସାଣ ଉତ୍ସବରେ ଡିଜା ବାଜିବା ଉପରେ କଟକଣା ଲଗାଯାଇଥିଲା । ହେଲେ ଡିଜେ ବଜାଇବା ପାଇଁ ରାଜଧାନୀର ପୂଜା କମିଟି ଗୁଡିକୁ ଅନୁମିତ ମିଳିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡିଜେ ବଜାଇବାକୁ ପୂଜା କମିଟିଗୁଡିକୁ ଅବଗତ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

ଡିସିପି କହିଛନ୍ତି, ଡିଜେ ବଜାଇବାକୁ ଅନୁମତି ଦିଆଯାଇଛି । ହେଲେ ନିୟମ ମୁତାବକ ପୂଜା କମିଟିମାନେ ଡିଜେ ବଜାଇବେ । ଯିଏ ନିୟମ ଅମାନ୍ୟ କରିବ ତାଙ୍କ ବିରୋଧରେ ଆକ୍ସନ ନିଆଯିବ । ଡିଜେ ଗାଡ଼ି ସିଜ୍ କରାଯିବ ବୋଲି ଡିସିପି କହିଛନ୍ତି ।  ଭସାଣରେ କମ୍ ସାଉଣ୍ଡରେ ଡିଜେ ବଜାଇ ପାରିବେ ପୂଜା କମିଟି। ହାଇକୋର୍ଟଙ୍କ ଅନମିତି ମୁତାବକ ୬୫ ଡେସିବେଲ୍ କର୍ଯ୍ୟନ୍ତ ବଜାଇ ପାରିବେ। ତା’ ଠାରୁ ଅଧିକ ବଜାଇଲେ କି ବିକଟାଳ ସାଉଣ୍ଡ କଲେ ଡିଜେ ସିଜ୍ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking