32.1 C
Bhubaneswar
Wednesday, October 16, 2024
Homeଓଡିଶାସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ନାବାଳକ

ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ନାବାଳକ

ବାରିପଦା : ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ନାବାଳକ। ଭଞ୍ଜପୁର ଥାନା ଅନ୍ତର୍ଗତ ମହାରାଜପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଦକ୍ଷିଣ ମୁର୍ମୁଙ୍କ ୬ ବର୍ଷର ପୁଅ ଥାକ୍ରା ମୁର୍ମୁ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭଞ୍ଜପୁର ଥାନା ଅନ୍ତର୍ଗତ ମହାରାଜପୁର ଅଞ୍ଚଳର ଥାକ୍ରା ମୁର୍ମୁ ସୁବର୍ଣ୍ଣରେଖା କେନାଲରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡିଯାଇଥିଲେ। ପ୍ରାୟ ଏକ ଘଣ୍ଟା ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇ ନାବାଳକଙ୍କ ମୃତଦେହ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking