32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶହସ୍ପିଟାଲରେ ଭର୍ତ୍ତି ହେଲେ ଉଦ୍ଧବ ଠାକରେ

ହସ୍ପିଟାଲରେ ଭର୍ତ୍ତି ହେଲେ ଉଦ୍ଧବ ଠାକରେ

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଗତ ୨୦୧୨ରେ ହୃଦଘାତର ଶିକାର ହୋଇଥିଲେ । ତାଙ୍କ ହାର୍ଟରେ ବ୍ଲକେଜ୍ ଥିବାରୁ ୨୦୧୬ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା । ଏଣୁ ସୋମବାର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତାଙ୍କ ହୃତପିଣ୍ଡରେ ସମସ୍ୟା ରହିଛି, କିଛି ଦିନ ଅନ୍ତରାଳରେ ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇ ଆସୁଛନ୍ତି । କାରଣ ଏହାପରେ ସେ ଆଞ୍ଜିଓପ୍ଲାଷ୍ଟିର ଆଗାମୀ ଚିକିତ୍ସା ସୋପାନ ପୂରଣ କରିବେ ଡାକ୍ତର । ୨୦୧୬ରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା । ସେହି ସମୟରେ ତାଙ୍କର ୬୦ ପ୍ରତିଶତ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ହାର୍ଟ ବ୍ଲକେଜ ନେଇ ଆହୁରି ୪୦ ପ୍ରତିଶତ ଆଞ୍ଜିଓପ୍ଲାଷ୍ଟି ବାକି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking